Mon. Mar 9th, 2026

ବିଧାନସଭା ଉପ-ନିର୍ବାଚନ: ଗୁଜୁରାଟର ଜସଦନ, ଝାଡ଼ଖଣ୍ଡର କୋଲେବିରାରେ ମତଦାନ ଜାରି

237 Views

ନୂଆଦିଲ୍ଲୀ, ଡିସେମ୍ବର ୨୦ : ଗୁଜୁରାଟ ଏବଂ ଝାଡ଼ଖଣ୍ଡ ବିଧାନସଭା ପାଇଁ ୨ଟି ନିର୍ବାଚନ ମଣ୍ଡଳୀରେ ଗୁରୁବାର ମତଦାନ ଜାରି ରହିଛି । ଉପ-ନିର୍ବାଚନ ପାଇଁ ଗୁଜୁରାଟର ଜସଦନ ଏବଂ ଝାଡ଼ଖଣ୍ଡର କୋଲେବିରା ଆସନରେ ଗୁରୁବାର ପୂର୍ବାହ୍ନ ୮ଟାରୁ ମତଦାନ ଜାରି ରହିଛି । ଜସଦନ ବିଧାୟକ କୁନୱରଜୀ ବାଭଲିଆ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେବା ପରେ ଏହି ଆସନରେ ମତଦାନ ହେଉଥିବା ବେଳେ କୋଲେବିରା ବିଧାୟକ ଇନୋସ ଏକ୍କା ଜଣେ ଶିକ୍ଷଙ୍କ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହେବା ପରେ ଏହି ଆସନ ଖାଲି ପଡ଼ିଛି ।

କୋଲେବିରା ଆସନରେ ୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱୀତା କରୁଥିବା ବେଳେ ବିଜେପି ଏବଂ କଂଗ୍ରେସ ମଧ୍ୟରେ ଅସଲ ଲଢ଼େଇ ହେଉଛି । ବିଜେପି ପ୍ରାର୍ଥୀ ବସନ୍ତ ସେରୋଙ୍ଗଙ୍କୁ କଂଗ୍ରେସ ପ୍ରାର୍ଥୀ ଭିକସାଲ କୋଙ୍ଗାଡି ମୁକାବିଲା କରୁଛନ୍ତି । ଝାଡ଼ଖଣ୍ଡ ପାର୍ଟିର ମେନନ ଏକ୍କା ନିର୍ବାଚନର ଅନ୍ୟତମ ପ୍ରତିଦ୍ୱନ୍ଦ୍ୱୀ ବୋଲି ଜଣାପଡ଼ିଛି ।

By amfnews

Related Post