Mon. Nov 25th, 2024

ବିଧାନସଭା ଆରମ୍ଭରୁ ଅଚଳ: ନାବାଳିକା ଦୁଷ୍କର୍ମ ଓ ନିଖୋଜ ପ୍ରସଙ୍ଗରେ ବିରୋଧୀ ସଦସ୍ୟଙ୍କ ହୋହାଲ୍ଲା; ଦିନ ୩ଟା ଯାଏଁ ଗୃହ ମୁଲତବୀ

By amfnews Jul 23, 2019 #Featured
82 Views

ବିଧାନସଭା ଆରମ୍ଭରୁ ହଟ୍ଟଗୋଳ । ବିଜେପି ସଦସ୍ୟମାନେ ନାବାଳିକାକୁ ଦୁଷ୍କର୍ମ ଓ ନିଖୋଜ ପ୍ରସଙ୍ଗରେ ଗୃହର ମଧ୍ୟଭାଗକୁ ଆସି ହୋହାଲ୍ଲା କରିଛନ୍ତି  । ତେବେ କଂଗ୍ରେସ ବିଧାୟକମାନେ ନିଜ ନିଜ ଆସନରେ ଛିଡା ହୋଇ ଏହି ପ୍ରସଙ୍ଗରେ ଉଦବେଗ ପ୍ରକାଶ କରିଥିଲେ । ଗୃହ ଚାଲି ନପାରିବାରୁ ଅପରାହ୍ନ ୩ଟା ଯାଏଁ ଗୃହ ମୁଲତବୀ ରଖାଯାଇଛି । ଏହି ପ୍ରସଙ୍ଗରେ ଗତକାଲି ମଧ୍ୟ ବିରୋଧୀମାନେ ହଟ୍ଟଗୋଳ କରିବା ସହ କଂଗ୍ରେସ ବିଧାୟକମାନେ ବିଧାନସଭା ବାହାରେ ବସିଥିଲେ ।

ଏହି ପ୍ରସଙ୍ଗରେ ଆଲୋଚନା କରି ଗତକାଲି କଂଗ୍ରେସ ନେତା ନରସିଂହ ମିଶ୍ର ପ୍ରଶ୍ନ କରିଥିଲେ, ଦାୟିତ୍ୱବାନ ସରକାରଙ୍କ ଦାୟିତ୍ୱ କ’ଣ । ୨୦୧୯ ଜାନୁଆରିରୁ ଜୁନ ମଧ୍ୟରେ ରାଜ୍ୟର ୧୦୦୫ ନାବାଳିକା ଦୁଷ୍କର୍ମ ମାମଲା ରୁଜୁ ହୋଇଛି । ୨୦୧୯ରେ ୩ ମାସରେ ୫୦୨ ନାବାଳିକା ନିଖୋଜ ଅଛନ୍ତି,  କିନ୍ତୁ ପୁଲିସ ଖୋଜିକି ପାଉନି ବୋଲି ଅଭିଯୋଗ କରିଥିଲେ ନରସିଂହ ମିଶ୍ର ।

ଗୋଟିଏ ପଟେ ଏହି ପ୍ରସଙ୍ଗରେ ବିଧାନସଭା ହୁଲୁସ୍ତୁଲ ହେଉଥିବାବେଳେ ଅନ୍ୟପଟେ ପୁଣି ଦୁଇଟି ସ୍ଥାନରେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ସୁନ୍ଦରଗଡ଼ ହେମଗିରି ଥାନା ଗୋପାଳପୁର ନିକଟ ଜଙ୍ଗଲରୁ ଜଣେ ନାବାଳିକାର ମୃତଦେହ ମିଳିଛି । ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାସ୍ଥଳରେ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ୩ ଦିନ ହେଲା ନାବାଳିକା ଜଣକ ନିଖୋଜ ଥିଲେ ।

ସେପଟେ ରାଜଗାଙ୍ଗପୁରରେ ଜଣେ ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ କରାଯାଇଛି । ନାବାଳିକାର ଅଭିଯୋଗ ପରେ ପୁଲିସ ଜଣେ ଅଭିଯୁକ୍ତକୁ ଅଟକ ରଖିଛି । ଆଜି ପୁଣି ବୀରମିତ୍ରପୁରରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

By amfnews

Related Post