123 Views
ଭୁବନେଶ୍ୱର, ନଭେମ୍ବର ୧୨ : ଆସନ୍ତା ୨୦ ତାରିଖରୁ ବସୁଛି ରାଜ୍ୟ ବିଧାନସଭା ଅଧିବେଶନ । ଏହାର ଅବ୍ୟବହିତ ପୂର୍ବରୁ ଆଜି ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ । ଆଜି ଅପରାହ୍ନ ୫.୩୦ରେ ଏହି ବୈଠକ ବସିବ ଏବଂ ଏଥିରେ ଅତିରିକ୍ତ ବଜେଟକୁ ଅନୁମୋଦନ କରାଯାଇପାରେ ବୋଲି ସୂଚନା ମିଳିଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରୁ ଏହି ଭର୍ଚ୍ୟୁଆଲ କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରିବେ ଓ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଅନଲାଇନରେ ଏଥିରେ ଭାଗ ନେବେ। ମୁଖ୍ୟ ସଚିବ ଓ ଅନ୍ୟ ଉଚ୍ଚ ଅଧିକାରୀମାନେ ସଚିବାଳୟରୁ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ଜଣାପଡିଛି ।