Sat. Nov 2nd, 2024

ବିଦ୍ୟାଳୟ ବନ୍ଦ ନେଇ ଗ୍ରାମବାସୀ ଓ ଅଭିଭାବକ ଅସନ୍ତୋଷ।

By amfnews Nov 15, 2018 #Featured
273 Views

 ମାଲକାନଗିରି , ୧୫ା୧୧ :ଓଡିଶା ସରକାର ଙ୍କର ନିୟମ ଅନୁଯାଇ କମ୍ ସଂଖ୍ୟକ ପିଲା ଥିବା ବିଦ୍ୟାଳୟ ମାନ ଙ୍କୁ ନିକଟସ୍ଥ ୧ କିମି ଭିତରେ ଥିବା ବିଦ୍ୟାଳୟ ମାନଙ୍କରେ ସନ୍ତାନର କରାଯିବା ର ଯୋଜନା କରାଯାଇଛି। ଏଣୁ କମ୍ ସଂଖ୍ୟକ ଛାତ୍ରଛାତ୍ରୀ ଥିବା ବିଭିନ୍ନ ବିଦ୍ୟାଳୟ ମାନ କୁ ବନ୍ଦ କରା ଯାଇଛି। ଇତି ମଧ୍ୟରେ ଆଜି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଏମ ପି ଭି ୭୯ ପ୍ରାଥମିକ ବିଦ୍ୟାଳୟ ରେ ବିଆର୍ ସି ସି ଓ abeo ସାର୍ ତାଲା ପକାଇବା ପରେ ଉକ୍ତ ବିଦ୍ୟାଳୟ ରେ ଗ୍ରାମବାସୀ ମାନେ ଆସି ବିଦ୍ୟାଳୟ ସ୍ଥାନାନ୍ତର କରିବାକୁ ମନା କରିଥିଲେ। ବିଦ୍ୟାଳୟ ରେ କୁନି କୁନି ପିଲା ମାନେ ଥିବାରୁ ଓ ଏମଭି ୭୯ ଜଳ ସେଚନ ପ୍ରକଳ୍ପ ବିଦ୍ୟାଳୟ ଟି ୨ କିମି ଦୂରରେ ଥିବାରୁ ବିଦ୍ୟାଳୟ ରେ ପିଲା ଙ୍କୁ ଯିବାକୁ ବହୁତ ଅସୁବିଧା ର ସମୂଖୀନ ହେବାକୁ ପଡିବ ବୋଲି ଗ୍ରାମବାସୀ ଓ ଅଭିଭାବକ ସମସ୍ତେ ଏହାକୁ ବିରୋଧ କରିଛନ୍ତି।
ସୂଚନା ଯୋଗ୍ୟ ଯେ ବିଦ୍ୟାଳୟ କୁ ଆସିବାକୁ ହେଲେ ଜାତୀୟ ରାଜପଥ ଦେଇ କରି ଆସିବାକୁ ପଡିବ ଏବ୍ଂ ରାଜପଥ ରେ ପ୍ରତ୍ୟେକ ଦିନ ଅଧିକ ସଂଖ୍ୟକ ସଡ଼କ ଦୁର୍ଘଟଣା ଘଟୁଥିବା ରୁ ପିଲା ଙ୍କୁ ଛାଡିବାକୁ ଅସୁବିଧା ହବ ବୋଲି ଅଭିଭାବକ ମାନେ ଏକ ଆବେଦନ ପତ୍ର ଯୋଗେ ଜିଲ୍ଲାପାଳ ଜିଲ୍ଲା ଶିକ୍ଷାଧିକାରୀ ଙ୍କୁ ଅଭିଯୋଗ କରିଆସିଥିଲେ। ବିଦ୍ୟାଳୟ ରେ ତାଲା ପକେଇବା ର କିଛି ମୁହୂର୍ତ୍ତ ପରେ ଜିଲ୍ଲା ପ୍ରକଲ୍ପ ସଂଯୋଜକ ମାନସ କୁମାର ଜେନା ପହଞ୍ଚି ଗ୍ରାମବାସୀ ଓ ଅଭିଭାବକ ମାନଙ୍କ ସହ ଆଲୋଚନା କରିଥିଲେ ଓ ମାନସ କୁମାର ଜେନା ଗ୍ରାମବାସୀ ଓ ଅଭିଭାବକ ମାନଙ୍କୁ ବିଦ୍ୟାଳୟ ରେ ଦିନେ ଦୁଇ ଦିନ ଭିତରେ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ଙ୍କୁ ଭର୍ତି କରାଇଲେ ବିଦ୍ୟାଳୟ କୁ ବନ୍ଦ କରାଯିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ପ୍ରାଥମିକ ବିଦ୍ୟାଳୟ ଏମ ପି ଭି ୭୯ ରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ଯାଏ ଅଛି ଓ ବିଦ୍ୟଳୟ ରେ ମୋଟ ଛାତ୍ରଛାତ୍ରୀ ସଂଖ୍ୟା ୧୦।
ଉକ୍ତ ବିଦ୍ୟାଳୟ ରେ ଦୁଇ ଜଣ ଶିକ୍ଷୟତ୍ରୀ ଶିକ୍ଷାଦାନ କରୁଥିବା ବେଳେ ତାଙ୍କୁ ସିଆର୍ ସିସି ଏମଭି ୭୯ ସ୍ଥିତ ଜଳସେଚନ ପ୍ରକଳ୍ପ ବିଦ୍ୟାଳୟ ରେ ଯାଇ ଶିକ୍ଷାଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ଉକ୍ତ ବିଦ୍ୟାଳୟ ଟିରେ ଚଳିତ ଶିକ୍ଷା ବର୍ଷରେ ପ୍ରଥମ ଶ୍ରେଣୀ ରେ ଦୁଇ ଜଣ, ଦ୍ଵିତୀୟ ଶ୍ରେଣୀ ରେ ୩ ଜଣ, ତୃତୀୟ ଶ୍ରେଣୀରେ ଜଣେ, ୪ର୍ଥ ଶ୍ରେଣିରେ ୨ ଜଣ ଓ ପଞ୍ଚମ ଶ୍ରେଣୀ ରେ ୨ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରିଥାନ୍ତି। ପିଲାଏ ଖୁବ୍ କମ୍ ବୟସର ଓ ଏମଭି ୭୯ ପ୍ରାଥମିକ ବିଦ୍ୟାଳୟ ର ଦୂରତା ୨ କିମି ହୋଇଥିବା ରୁ ଅଭିଭାବକ ମହଲରେ ଘୋର ଅସନ୍ତୋଷ ଦେଖିବାକୁ ମିଲୁଛି।

By amfnews

Related Post