Wed. Mar 11th, 2026

ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଛାତ୍ରର ମୃତ୍ୟୁ ଅଭିଯୋଗ

204 Views

ଭବାନୀପାଟଣା  :   କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଥାନା ଅନ୍ତର୍ଗତ ଅଧମୁଣ୍ଡା ସରକାରୀ ଆବାସିକ ବିଦ୍ୟାଳୟର ଜଣେ ଛାତ୍ରର ଗତକାଲି ମୃତ୍ୟୁ ଘଟିଛି। ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳା ଯୋ ଗୁ ଛାତ୍ରର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ମୃତ ଛାତ୍ରଙ୍କ ନାଁ ଆଶିଷ ମାଝୀ। ସେ ପଞ୍ଚମ ଶ୍ରେଣୀର ଛାତ୍ର ଥିଲେ।

ଅଭିଯୋଗ ଅନୁଯାୟୀ, ଗତକାଲି ଆଶିଷଙ୍କୁ ତାଙ୍କ ଆଇ ଭେଟିବାକୁ ଆସିଥିଲେ। ତେବେ ତାଙ୍କୁ ପ୍ରବଳ ଜ୍ୱର ହୋଇଥିବା ଦେଖିଥିଲେ। ଏନେଇ ପ୍ରଧାନଶିକ୍ଷକଙ୍କୁ ଜଣାଇ ତାଙ୍କୁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଆଶିଷଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିଲା।

ଗତକାଲି ସନ୍ଧ୍ୟାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଆଶିଷର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ସଦର ଥାନାରେ ଏତଲା ଦେଇଛନ୍ତି। ଏହି ଘଟଣା ଗଣମାଧ୍ୟରେ ପ୍ରସାରିତ ହେବା ପରେ ଜିଲ୍ଲା ମଙ୍ଗଳ ଅଧିକାରୀ ତଦନ୍ତ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ପରେ ବୀହିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

By amfnews

Related Post