Sun. Mar 8th, 2026

ବିଦ୍ୟାର୍ଥୀଙ୍କୁ ଶ୍ଳୋକ ଶିଖାଇଲେ ଦୁଷ୍କର୍ମ ରୋକା ଯୋଇ ପାରିବ: ମହାରାଷ୍ଟ୍ରର ରାଜ୍ୟପାଳ

174 Views

ନାଗପୁର: ଦେଶରେ ଘଟୁଥିବା ପାଶବିକ ଦୁଷ୍କର୍ମକୁ ରୋକିବାକୁ ଶିକ୍ଷାର୍ଥୀମାନଙ୍କୁ ସଂସ୍କୃତ ଶ୍ଳୋକ ଶିକ୍ଷା ଦେବାକୁ ଗୁରୁବାର ଦିନ ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂହ କୋଶିୟାରି ନାଗପୁର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ କହିଛନ୍ତି।

ନାଗପୁର ବିଶ୍ୱବିଦ୍ୟାଳୟର ଜମନାଲାଲ୍‌ ବଜାଜ ପ୍ରଶାସନିକ ଭବନ ଉଦ୍‌ଘାଟନ ଅବସରରେ ଭାଷଣ ଦେଇ କୋଶିୟାରି ନାରୀମାନଙ୍କ ପ୍ରତି ହେଉଥିବା ଅପରାଧର ପ୍ରତିରୋଧ ବିଷୟରେ ଉଲ୍ଲେଖ କରିବା ସହ ଭଲ ଓ ମନ୍ଦ ଲୋକଙ୍କ ମଧ୍ୟରେ ଥିବା ଫରକ, ସେମାନେ କିପରି ଜ୍ଞାନ, କ୍ଷମତା ଓ ଅର୍ଥର ସଦ୍‌ବ୍ୟବହାର ବା ଅପବ୍ୟବହାର କରନ୍ତି ତାହା ବୁଝାଇଥିଲେ।

ଉଦ୍‌ଘାଟନୀ ଉତ୍ସବରେ ଉପସ୍ଥିତ ଥିବା ବଜାଜ ଇଲେକ୍ଟ୍ରିକାଲ୍‌ସ୍‌ର ପରିଚାଳନା ନିର୍ଦେଶକ ଶେଖର ବଜାଜଙ୍କୁ ସମ୍ବୋଧନ କରି କୋଶିୟାରି କହିଲେ, ସମୟ ଥିଲା ଘରେ ‘କନ୍ୟା ପୂଜନ’ ହେଉଥିଲା। ଆପଣ ମଧ୍ୟ ଧାର୍ମିକ ପରିବାରର, ନିଶ୍ଚୟ କନ୍ୟାପୂଜା କରୁଥିବେ। କିନ୍ତୁ, ଏବେ ଏ ଦେଶରେ କ’ଣ ଚାଲିଛି। ଦୁଷ୍ଟମାନେ ନାରୀମାନଙ୍କ ସହ ଦୁଷ୍କର୍ମ କରି ସେମାନଙ୍କୁ ହତ୍ୟା କରୁଛନ୍ତି। କ୍ଷମତାର ଅର୍ଥ ଅପବ୍ୟବହାର ନା ସୁରକ୍ଷା? ସୁତରାଂ, ଏଭଳି ଘଟଣା ନ ଘଟିବାକୁ ଶିକ୍ଷାର୍ଥୀମାନଙ୍କୁ ସଂସ୍କୃତ ଶ୍ଳୋକ ଶିଖାଇବା ଉଚିତ।

ବଜାଜ ଗ୍ରୁପ୍‌ର ଅଧ୍ୟକ୍ଷ ରାହୁଳ ବଜାଜ୍‌ ନୂଆ ପ୍ରଶାସନିକ ଅଟ୍ଟାଳିକା ନିମନ୍ତେ କର୍ପୋରେଟ୍‌ ସୋସିଆଲ୍‌ ରେସ୍‌ପନ୍‌ସିବିଲିଟି ପାଣ୍ଠିରୁ ୧୦ କୋଟି ଟଙ୍କା ପ୍ରଦାନ କରିଛନ୍ତି।

By amfnews

Related Post