ବୌଦ୍ଧ : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗାଇଡ ଲାଇନ୍ ନ ମାନିବା ଅଭିଯୋଗରେ ଗତକାଲି ବୌଦ୍ଧ ଜିଲ୍ଲା ହରଭଙ୍ଗା ବିଡିଓ ରବୀନ୍ଦ୍ର ଶତପଥୀଙ୍କୁ ରାଜ୍ୟ ସରକାର ସସ୍ପେଣ୍ଡ କରିଥିଲେ । ହେଲେ ଏହା ପ୍ରତିବାଦରେ ବ୍ଲକ କର୍ମଚାରୀ କଲମ ଛାଡ଼ ଆନ୍ଦୋଳନ କରିଛନ୍ତି । ତୁରନ୍ତ ବିଡିଓଙ୍କ ବହିଷ୍କାର ନିଷ୍ପତ୍ତି ପ୍ରତ୍ୟାହାର ସହ ତାଙ୍କୁ ପୁନଃ ନିଯୁକ୍ତି ଦେବାକୁ କର୍ମଚାରୀ ଦାବି କରିଛନ୍ତି । ପ୍ରକଳ୍ପ ନିର୍ଦ୍ଦେଶକ କର୍ମଚାରୀଙ୍କୁ ବୁଝାସୁଝା କରିଥିଲେ ବି କୌଣସି ସୁଫଳ ମିଳିନି । ନିଜ ଜିଦରେ ଅଟଳ ରହିଛନ୍ତି କର୍ମଚାରୀ । ଫଳରେ ବ୍ଲକରେ ସମସ୍ତ କାର୍ଯ୍ୟ ଠପ୍ ହୋଇପଡିଛି।
ଏହି ବହିଷ୍କାରକୁ ବିରୋଧ କରି ସ୍ଥାନୀୟ କିଛି ଲୋକ ଗତକାଲି ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଏଥିଯୋଗୁ ବୌଦ୍ଧରୁ ଖୋର୍ଦ୍ଧା ଏବଂ ଫୁଲବାଣୀ ଯାତାୟାତ ବନ୍ଦ ରହିଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ରାସ୍ତାରୋକ ଚାଲୁ ରହିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି। ଉଦ୍ଦେଶ୍ୟ ରଖି ବିଡିଓଙ୍କୁ ସସ୍ପେଣ୍ଡ କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି । ବୌଦ୍ଧ ଏଡିଏମ ସୂର୍ଯ୍ୟନାରାୟଣ ଦାଶ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ କରୁଛନ୍ତି ।