Mon. Nov 25th, 2024

ବିଡି ପିଇବା କାରଣରୁ ଲୋକ ହେଉଛନ୍ତି ଗରୀବ, ଦେଶରେ କ୍ଷତି ହେଉଛି ବାର୍ଷିକ ୮୦ ହଜାର କୋଟି

By amfnews Jan 15, 2019 #Featured
465 Views

କୋଚୀ, ଜାନୁଆରୀ ୧୫ : ବିଡି ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ । ବିଡି ଟାଣିବା ଦ୍ୱାରା ଅକାଳ ମୃତ୍ୟୁର ଶୀକାର ହେଉଥିବା ବ୍ୟକ୍ତିଙ୍କ ସଂଖ୍ୟା ଭାରତରେ ଅଧିକ । ଭାରତରେ ଏଥିପାଇଁ ବାର୍ଷିକ ୮୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡେ । ଯାହାକି ଦେଶରେ ସ୍ୱାସ୍ଥ୍ୟ ଉପରେ ହେଉଥିବା ସମୁଦାୟ ଖର୍ଚ୍ଚର ଦୁଇ ପ୍ରତିଶତ । ଏହି ଖର୍ଚ୍ଚ ତାଲିକାରେ ଡାକ୍ତରଙ୍କୁ ଫିସ୍ ଦେବା, ଔଷଧ କିଣିବା, ରୋଗର ଯାଂଚ୍ କରିବା ପରିବାର ଆୟର ଖର୍ଚ୍ଚ ହେବା, ପରିଜନଙ୍କ ଜିବା ଆସିବା ପରିବହନ, ହସ୍ପିଟାଲରେ ଭର୍ତି ହେବା ଆଦି ସାମିଲ ରହିଛି ।

ଟୋବାକୋ କଂଟ୍ରୋଲ ନାମକ ଏକ ଜର୍ଣ୍ଣାଲରେ ଏହି ବିଷୟରେ କୁହାଯାଇଛି । ଏକ ରିପୋର୍ଟ ଅନୁଯାୟୀ, ବିଡିରୁ ୨୦୧୬-୧୭ରେ ଦେଶକୁ ୪.୧୭ଅରବ ଟଙ୍କା ରାଜସ୍ୱ ପ୍ରାପ୍ତ ହୋଇଛି । ତେବେ ଭାରତରେ ପ୍ରତି ୫ଟି ପରିବାରରୁ ଗୋଟିଏ ପରିବାରକୁ ଏହି ବିନାଶକାରୀ ଖର୍ଚ୍ଚର ସାମ୍ନା କରିବାକୁ ପଡେ ବୋଲି କୁହାଯାଇଛି । ବିଡି ଦ୍ୱାରା ରୋଗରେ ପିଡୀତ ହୋଇଥିବା କାରଣରୁ ଲୋକମାନେ ଗରୀବ ହେଉଛନ୍ତି । ଏକ ଆକଳନରୁ ଜଣା ପଡିଛି ଯେ, ୧.୫କୋଟି ଲୋକ ଏଥିପାଇଁ ଗରୀବସ୍ଥା ଦେଇ ଗତି କରୁଛନ୍ତି ।

ତମ୍ବାଖୁରେ ହେଉଥିବା ଖର୍ଚ୍ଚ କାରଣରୁ ଭାରତରେ ଭୋଜନ ଏବଂ ଶିକ୍ଷା ଖର୍ଚ୍ଚ ବହନ ହୋଇ ପାରି ନଥାଏ । ଦେଶରେ ପ୍ରାୟ ୮୦ ପ୍ରତିଶତ ଲୋକ ବିଡି ପିଉଛନ୍ତି । ନିୟମିତ ଭାବରେ ବିଡି ପିଉଥିବା ବ୍ୟକ୍ତିଙ୍କ ସଂଖ୍ୟା ଦେଶରେ ୭.୨ କୋଟି ରହିଛି ।

By amfnews

Related Post