Sun. Mar 8th, 2026

ବିଟିସିସିର ନିର୍ବାଚନ ବିଳମ୍ବକୁ ନେଇ ବଢୁଛି ଅସନ୍ତୋଷ

162 Views

ବାଲେଶ୍ୱର: ବାଲେଶ୍ୱର ଟ୍ରକ ସମନ୍ୱୟ କମିଟି ବା ବିଟିସିସିର ନିର୍ବାଚନ ବିଳମ୍ବକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ସଂଘର ଅବଧି ଶେଷ ହେବାର ୩ ମାସ ପରେ ମଧ୍ୟ ନିର୍ବାଚନ ହୋଇ ପାରିନି। ଫଳରେ ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଛି।

ଗୋଟିଏ ଗୋଷ୍ଠୀ ତୁରନ୍ତ ନିର୍ବାଚନ ପାଇଁ ଦାବି କରୁଥିବା ବେଳେ ଅନ୍ୟ ଗୋଷ୍ଠୀ ପୂର୍ବ ନିର୍ବାଚିତ ପ୍ରତିନିଧିଙ୍କଠାରୁ ହିସାବ ନିକାସ ଦାବି କରିଛନ୍ତି।
ଗଠିତ ହୋଇଥିବା ୪ ଜଣିଆ ଅସ୍ଥାୟୀ ଆଡ୍‌ହକ୍ କମିଟି ଜାଣିଶୁଣି ନିର୍ବାଚନକୁ ବିଳମ୍ବ କରୁଛି ବୋଲି ବିଟିସିସିର କିଛି ସଦସ୍ୟ ଅଭିଯୋଗ କରିଛନ୍ତି। ଋଣ କରି ଗାଡ଼ି କିଣିଥିବା ମାଲିକମାନେ ଟଙ୍କା ପରିଶୋଧ କରିବା ପାଇଁ କଷ୍ଟକର ହୋଇ ପଡ଼ିଛି।

ଏନେଇ ମାମଲା ଅତିରିକ୍ତ ଜିଲ୍ଳାପାଳ ଓ ପୂର୍ବାଞ୍ଚଳ ଡିଆଇଜିଙ୍କ ପାଖକୁ ପହଞ୍ଚିଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇ ପାରି ନାହିଁ। ଅନ୍ୟପଟେ ଏଡିଏମ୍ କହୁଛନ୍ତି, ବିଟିସିସିରେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିଲେ ପ୍ରଶାସନ ବାଧ୍ୟ ହୋଇ ହସ୍ତକ୍ଷେପ କରିବ।

By amfnews

Related Post