Mon. Jun 9th, 2025

ବିଜୟ ମହାପାତ୍ର କହିଲେ ବିଜେପିର କେତେକ ଶୁଭେଚ୍ଛୁ, ନେତୃବୃନ୍ଦ ତାଙ୍କ ସହ ଯୋଗାଯୋଗରେ ଅଛନ୍ତି

By amfnews Mar 17, 2019 #Featured
334 Views

ଭୁବନେଶ୍ୱର: କିଛି ମାସ ତଳେ ଭାରତୀୟ ଜନତାର ପାର୍ଟି ଛାଡିଥିବା ବରିଷ୍ଠ ନେତା ବିଜୟ ମହାପାତ୍ର ଆଜି ପୁଣି ମୁହଁ ଖୋଲିଛନ୍ତି। ଗତକାଲି  ତାଙ୍କ ସହ ଭାଜପା ଛାଡିଥିବା ଦିଲ୍ଲୀପ ରାୟ  ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ ଆଲୋଚନା କରିବାକୁ ନେଇ ନିଜର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି ବିଜୟ ମହାପାତ୍ର।

ସେ କହିଛନ୍ତି ଯେ,ପ୍ରତ୍ୟେକ ବ୍ୟକ୍ତିର ବ୍ୟକ୍ତିଗତ ନିଷ୍ପତ୍ତି ନେବାର ଅଧିକାର ଅଛି। ଦିଲ୍ଲୀପ ରାୟ ବିଜେଡ଼ିରେ ଯୋଗ ଦେଉଥିବାର ଚର୍ଚ୍ଚା ହେଉଥିବାବେଳେ ବିଜୟ ମହାପାତ୍ରଙ୍କ ସହ ବିଜେଡ଼ି ପକ୍ଷରୁ ଯୋଗାଯୋଗ କରାଯାଇଛି କି ବୋଲି ପ୍ରଶ୍ନର ଉତ୍ତରରେ  ତାଙ୍କ ସହ ବିଜେଡ଼ି ପକ୍ଷରୁ କୌଣସି ଯୋଗାଯୋଗ କରାଯାଇନାହିଁ ସେ କହିଛନ୍ତି ।

ଅପରପକ୍ଷରେ ବିଜେପିର କେତେକ ଶୁଭେଚ୍ଛୁ ନେତୃବୃନ୍ଦ ତାଙ୍କ ସହ ଯୋଗାଯୋଗରେ ଅଛନ୍ତି ବୋଲି କହିଛନ୍ତି ବିଜୟ ମହାପାତ୍ର। ତାଙ୍କର ଏହି ପ୍ରତିକ୍ରିୟାରୁ ଜଣାପଡୁଛି ଯେ,ସେ ପୁଣିଥରେ ଘରବାହୁଡା କରି ବିଜେପିକୁ ଫେରିବେ। ତେବେ ସେ  ନିଜର ଶୁଭେଚ୍ଛୁଙ୍କ ସହ ଆଲୋଚନା କରିବାପରେ ଏନେଇ ନିଷ୍ପତ୍ତି ନେବେ ବୋଲି କହିିଛନ୍ତି।

 

By amfnews

Related Post