Sun. Mar 8th, 2026
197 Views

ମୁମ୍ବାଇ: ଠାକରେ ପରିବାରର ପ୍ରଥମ ସଦସ୍ୟ ଭାବେ ଚଳିତ ଥର ନିର୍ବାଚନ ଲଢ଼ୁଥିବା ଆଦିତ୍ୟ ଠାକରେଙ୍କ ବିଜୟ ଏକ ପ୍ରକାରର ସୁନିଶ୍ଚିତ ହୋଇଯାଇଛି।

ମହାରାଷ୍ଟ୍ରର ୱର୍ଲି ଆସନରୁ ପ୍ରାର୍ଥୀ ହୋଇଥିବା ଆଦିତ୍ୟ ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ଯଥେଷ୍ଟ ଆଗରେ ରହିଛନ୍ତି। ଶିବସେନା ଓ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିବା ଆଦିତ୍ୟଙ୍କ ବିରୋଧରେ କଂଗ୍ରେସ ଓ ଏନ୍‌ସିପି ସୁରେଶ ମାନେଙ୍କୁ ଟିକେଟ୍‌ ଦେଇଥିଲେ।

ଏନ୍‌ସିପିର ସୁରେଶ ଆଦିତ୍ୟଙ୍କୁ ଟକ୍କର ଦେବେ ବୋଲି କୁହାଯାଉଥିଲା। ହେଲେ ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ, ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ୧୧, ୮୯୩ ଖଣ୍ଡ ଭୋଟରେ ଆଗରେ ରହିଛନ୍ତି।

By amfnews

Related Post