Sat. Mar 7th, 2026

ବିଜେପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଲେ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ କୁମାର ପଣ୍ଡା

230 Views

ଭୁବନେଶ୍ୱର : ବିଜେପୁର ଉପନିର୍ବାଚନ ପାଇଁ ଆଜି କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ କୁମାର ପଣ୍ଡା ପ୍ରାର୍ଥୀପତ୍ର ଦାଖଲ କରିଥିବା ଜଣାଯାଇଛି। ସେ ନିଜର ଶହଶହ ସମର୍ଥକଙ୍କ ଗହଣରେ ଆସି ପଦ୍ମପୁରସ୍ଥିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ବିଜେପୁର ବ୍ଲକର ମାନପୁର ଗାଁର ଦିଲ୍ଲୀପ ପଣ୍ଡା ପୂର୍ବରୁ ବ୍ଲକ ଉପାଧ୍ୟକ୍ଷ ଥିଲେ। ସେହିପରି ସେ ଜିଲ୍ଲା କଂଗ୍ରେସ ଭାଙ୍ଗିବା ପୂର୍ବରୁ ଉପାଧ୍ୟକ୍ଷ ଥିଲେ।


ଅପରପକ୍ଷରେ ପୂର୍ବତନ ବିଧାୟିକା ତଥା ସ୍ୱର୍ଗତ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ ବି ବିରାଟ ଶୋଭାଯାତ୍ରାରେ ଆସି ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି। । ସେହିପରି ବିଜେପି ମଧ୍ୟ ଗତଥରର ପ୍ରାର୍ଥୀ ସନତ ଗଡତିଆଙ୍କ ଉପରେ ପୁଣି ଆସ୍ଥା ପ୍ରକଟ କରିଛି । ସେ ବି ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ବିଧାନସଭା ନିର୍ବାଚନରେ ଉଭୟ ହିଂଜିଳି ଓ ବିଜେପୁର ଆସନରୁ ବିଜୟୀ ହୋଇଥିଲେ। ସେ ଏଥିମଧ୍ୟରୁ ବିଜେପୁର ଆସନର ଇସ୍ତଫା ଦେବାପରେ ଏଠାରେ ଉପନିର୍ବାଚନ ହେଉଛି । ଆସନ୍ତା ମାସ୨୧ ତାରିଖରେ ମତଦାନ ହେବ। ଏଠାରେ ୨୪ ତାରିଖରେ ଭୋଟ ଗଣତି ହେବ ।

By amfnews

Related Post