ବଲିଉଡ୍ ଧକଧକ ଗାର୍ଲ ମାଧୁରୀ ଦୀକ୍ଷିତ ନେନେ ବିଜେପିର ହାତ ଧରିବେ ବୋଲି ଜଣାପଡିଛି । ପୁନା ଲୋକସଭା ଆସନ ପାଇଁ ବିଜେପି ତରଫରୁ ବଲିଉଡ୍ ଦିଭା ମାଧୁରୀ ଦୀକ୍ଷିତ ନେନେଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯିବାର ସୂଚନା ରହିଛି । ୨୦୧୯ ସାଧାରଣ ନିର୍ବାଚନ ପାଇଁ ବିଜେପି ନିର୍ବାଚନୀ ପ୍ରସ୍ତୁତି ଜୋରସୋର ଆରମ୍ଭ କରିସାରିଛି । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ମୁମ୍ବାଇ ସ୍ଥିତ ମାଧୁରୀଙ୍କ ବାସଭବନରେ ‘ସମ୍ପର୍କ ପାଇଁ ସମର୍ଥନ’ ଅଭିଯାନ ଜରିଆରେ ସାକ୍ଷାତ କରିଥିଲେ । ଏହି ସମୟରେ ନରେନ୍ଦ୍ର ମୋଦି ସରକାର ବିଷୟରେ ଅବଗତ କରାଇଥିଲେ । ତେବେ ପୁନେ ଲୋକସଭା ଆସନ ପାଇଁ ମାଧୁରୀଙ୍କୁ ପ୍ରାର୍ଥୀ କରାଇବା ନେଇ ବିଜେପି ବେଶ୍ ଆଗଭର ରହିଛି ।
୫୧ ବର୍ଷୀୟା ଏହି ବଲିଉଡ୍ ଦିଭା ବଲିଉଡ୍ କୁ ‘ତେଜାବ’, ‘ହମ୍ ଆପ୍କେ ହୈ କୋନ୍’, ‘ସାଜନ୍’, ‘ଦେବଦାସ’ ପରି ଅ ଅନେକ ଗୁଡ଼ିଏ ସୁପରହିଟ୍ ଫିଲ୍ମ ଦେଇଛନ୍ତି । ୨୦୧୪ ନିର୍ବାଚନରେ ଏହି ନିର୍ବାଚନ ଆସନରେ ବିଜେପି ପ୍ରାର୍ଥୀ ଅନିଲ୍ ସିରୋଲେଙ୍କ ଠାରୁ ତିନି ଲକ୍ଷରୁ ଅଧିକ ଭୋଟ୍ ପାଇଁ କଂଗ୍ରେସ ପ୍ରାର୍ଥୀ ସିଟ୍ ଟି ହାତେଇ ନେଇଥିବାବେଳେ ଚଳିତ ନିର୍ବାଚନରେ ଏହାର ପୁନରାବୃତ୍ତି ନ ହେବା ପାଇଁ ବିଜେପି ପ୍ରାର୍ଥୀ ବଦଳାଇବାର ଯୋଜନା କରିଛି । ପୂର୍ବରୁ ଗୁଜୁରାଟରେ ମଧ୍ୟ ଏହି ପ୍ରକାରର ପ୍ରାର୍ଥୀ ପରିବର୍ତ୍ତନ କରି ଲାଭାନ୍ୱିତ ହୋଇଥିବା ବିଜେପି ସତରେ କ’ଣ ପୁନାରେ ପ୍ରାର୍ଥୀ ପରିବର୍ତ୍ତନ କରି ବିଜୟ ହାସଲ କରିପାରିବ, ତାହା ସମୟ କହିବ ।