Fri. Mar 6th, 2026

ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କରୋନା‌ରେ ଆକ୍ରାନ୍ତ

213 Views

ଦିଲ୍ଲୀ,ନଭେମ୍ବର 28 : ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କରୋନା‌ରେ ଆକ୍ରାନ୍ତ ହୋଇଛନ୍ତି। ଟ୍ବିଟ୍ କରି  ବୈଜୟନ୍ତ ଏ ସଂପର୍କରେ ସୂଚନା ଦେଇଛନ୍ତି। ଟ୍ବିଟ୍‌ରେ ସେ ଉଲ୍ଲେଖ କରିଛନ୍ତି, ତାଙ୍କ ନିକଟରେ କୋଭିଡ୍‌ର ଲକ୍ଷଣ ପ୍ରକାଶ ପାଇବାରୁ ସେ ପରୀକ୍ଷା କରାଇଥିଲେ।

ରିପୋର୍ଟ ପଜିଟିଭ୍ ଆସିଛି। ଗତ କିଛି ଦିନ ମଧ୍ୟରେ ଯେଉଁମାନେ ତାଙ୍କ ସଂସ୍ପର୍ଶ‌ରେ ଆସିଛନ୍ତି, ସେମାନେ ନିଜକୁ ସଂଗରୋଧରେ ରଖିବା ସହ ଆବଶ୍ୟକସ୍ଥଳେ କୋଭିଡ୍ ପରୀକ୍ଷା କରାଇନେବାକୁ ବୈଜୟନ୍ତ ଅନୁରୋଧ କରିଛନ୍ତି।

By amfnews

Related Post