Sat. Nov 23rd, 2024

ବିଜେପିର ବିଭିନ୍ନ ମଣ୍ଡଳ ପକ୍ଷରୁ ବାଜପେୟୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି

rklsanchar@gmail.com' By J.N. Pradhan Aug 20, 2018 #Featured
169 Views

ରାଉରକେଲା, ୨୦ା୮: ଭାରତରତ୍ନ, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ମହାପ୍ରୟାଣରେ ବିଜେପିର ବିଭିନ୍ନ ମଣ୍ଡଳ ପକ୍ଷରୁ ବିଭିନ୍ନ ସ୍ଥାନରେ ଶୋକ ସଭାମାନ କରାଯାଇ ଶ୍ରଦ୍ଧାସୁମନ ଅର୍ପଣ କରାଯିବା ସହ ତାଙ୍କ ସ୍ମୃତିଚାରଣ କରାଯାଇଛି । ବାସନ୍ତୀ ମଣ୍ଡଳ ପକ୍ଷରୁ ବାଜିରାଉତ ଛକଠାରେ ମଣ୍ଡଳ ସଭାପତି ନିକୁଞ୍ଜ ବିହାରୀ ରାୟଙ୍କ ସଭାପତିତ୍ୱରେ, ମିଡ୍ ଟାଉନ ମଣ୍ଡଳ ସଭାପତି କେଦାର ମହାନ୍ତିଙ୍କ ସଭାପତିତ୍ୱରେ, ନୟାବଜାର, ବିଶ୍ରାଛକ ଓ ଡେଲି ମାର୍କେଟ, ସିଭିଲ ଟାଉନସିପ୍ ମଣ୍ଡଳ ସଭାପତି କୈଳାସ ରାଉତଙ୍କ ସଭାପତିତ୍ୱରେ ଏସ୍ଟିଆଇ ଛକଠାରେ ଏବଂ ବନ୍ଧମୁଣ୍ଡା ମଣ୍ଡଳ ସଭାପତି ସୁବାଷ ପଣ୍ଡାଙ୍କ ସଭାପତିତ୍ୱରେ ବନ୍ଧମୁଣ୍ଡା ସି ସେକ୍ଟର ଠାରେ ଶୋକସଭା ଆୟୋଜନ କରାଯାଇ ସନ୍ଧ୍ୟାରେ ମହମବତୀ ଶୋଭାଯାତ୍ରା ସହ ଅମର ଆତ୍ମାର ସଦ୍ଗତି କାମନା କରାଯାଇଥିଲା । ଦଳ, ରାଜନୀତି ଓ କ୍ଷମତାର ବହୁ ଊଦ୍ଧ୍ୱର୍ରେ ବାଜପେୟୀଙ୍କ ଉତ୍ତଙ୍ଗ ବ୍ୟକ୍ତିତ୍ୱ ତାଙ୍କୁ ଏକ ସ୍ୱତନ୍ତ୍ର ଦେଶପ୍ରେମୀ ଆସନରେ ଅଧିଷ୍ଠିତ କରାଇଥିଲା ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ ।

ଶୋକସଭାରେ ଜିଲା ସଭାପତି ଜଗବନ୍ଧୁ ବେହେରା, ନିହାର ରାୟ, ଧିରେନ ସେନାପତି, ଭଗବାନ ରାଉତଙ୍କ ସହ ବାସନ୍ତୀ କଲୋନୀ କର୍ମୀମାନଙ୍କ ମଧ୍ୟରେ ରଶ୍ମିତା ଦାସ, ଭଗବାନ ମହାପାତ୍ର, ଯୁଧିଷ୍ଠିର ପଣ୍ଡା, ଗୋପବନ୍ଧୁ ପାଣିଗ୍ରାହୀ, ଦିନେଶ ରାୟ, ହିରୋଜ ରାୟ, ସୁଶୀଳା ଶର୍ମା, ସୁନୀତା ସୁରିନ, ଭୀମ ମାହାତୋ, ହୃଦାନନ୍ଦ ମହାକୁଡ, ଶକୁନ୍ତଳା ଦାସ, ସୁଶୀଳା ପାତ୍ର, ସନ୍ତୋଷ କଂସାଲ, ଜୟନ୍ତ କର, ସଂଯୁକ୍ତା ମିଶ୍ର, ଆଶା ନାଇଡୁ ଓ ଅନ୍ୟମାନେ, ମିଡ୍ ଟାଉନ ମଣ୍ଡଳର ନୀଳ ପରିଡା, ଭୁଗୋଳ ପାତ୍ର, ପାର୍ଥ ଦାସ, ଗଣେଶ ପରିଡା, ସୌରଭ ଆଚାର୍ଯ୍ୟ, ସୁଦୀପ ଚୌଧୁରୀ, ମୁକୁନ୍ଦ ମୁଣ୍ଡା, କାଳିଚରଣ ସାହୁ, ଅଞ୍ଜଳି ମହାରଣା, ସୁସ୍ମିତା ସାହୁ, ଅଶୋକ ମାହାତୋ, ଶଙ୍କର ବାରିକ, ହରିନ୍ଦର ବାବା, ଗୌତମ ଭଗତ, ରାଜେଶ ଜୟସ୍ୱାଲ, ବନ୍ଧମୁଣ୍ଡା ମଣ୍ଡଳ କର୍ମୀଙ୍କ ମଧ୍ୟରେ ଅଶୋକ ହାଲୱାଇ, ମୁରଲୀ ରାଓ, ରମେଶ ରାଜା, ଜିତେନ୍ଦ୍ର ଶାହା, ଜଗଦିଶ ସାହୁ, ସୁଜିତ ପରିଡା, ମାଧୁରୀ ବର୍ମା, ସନ୍ତୋଷ ଶାହା, ବାଲାଜୀ ଦାସ, ଧର୍ମେନ୍ଦ୍ର ଦୁବେ, ଭାରତୀ ସିଂ, ରୀନା ନାଇଡୁ, ଚନ୍ଦ୍ରଶେଖର ସିଂ, କାଜଲ ସିହ୍ନା, ବିକାଶ ଚକ୍ରବର୍ତ୍ତୀ, ମନମୋହନ ମିଶ୍ର, ସୂର୍ଯ୍ୟକାନ୍ତ ସାହୁ ଏବଂ ସିଭିଲ ଟାଉନସିପ୍ ମଣ୍ଡଳ କର୍ମୀଙ୍କ ମଧ୍ୟରେ ରତ୍ନାକର ଭାରିମଲ, ବିଜୟ ଖୁଣ୍ଟିଆ, ମକରା ନାୟକ, ଅନୀଲ ମହାନନ୍ଦିଆ, କାନ୍ତିପ୍ରିୟା ମହାରଣା, ସବିତା ସାହୁ, ସୂର୍ଯ୍ୟ ମହାନ୍ତି, ମୁନ୍ନା ଖାଁ, ବିରଞ୍ôଚ ଦାସ, ଅବୋଧ ରାୟ, ବାପି ଜେନା, ପ୍ରକାଶ ଜେନା, ରିକି ମିତ୍ତଲ, ଧିରଜ ଚୌଧୁରୀ, ମ.ମୁକିମଙ୍କ ସହ ଅନ୍ୟମାନେ ଅଂଶଗ୍ରହଣ କରିଥିଲେ ।

Related Post