Mon. Nov 25th, 2024

ବିଜେପିର ନେସନ୍ ଫାଷ୍ଟ ଓ ଗରିବ କଲ୍ୟାଣ ଯୋଜନା ଯୁବପିଢୀଙ୍କୁ ଆକର୍ଷିତ କରୁଛି

By amfnews Jul 19, 2019 #Featured
88 Views

ଭୁବନେଶ୍ୱର  :   ରାଜ୍ୟରେ ଚାଲିଥିବା ବିଜେପିର ସଦସ୍ୟତା ଅଭିଯାନରେ ଅନ୍ୟୁନ ୧୦ ଲକ୍ଷ ଯୁବକଙ୍କୁ ଦଳର ସଦସ୍ୟ କରିବାକୁ ବିଧିବଦ୍ଧ ଅଭିଯାନ ଓ ଏହାର ଯୋଜନା ଯୁବମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ଯୋଜନା ପ୍ରସ୍ତୁତ କରିଛନ୍ତି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେପି ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ଉପସଭାପତି ଅତୁଲ କୁମାର ଏବଂ ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ ।

ବିଜେପି ଯୁବମୋର୍ଚ୍ଚାର ଦୁଇ ବରିଷ୍ଠ ନେତା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ୨୬ ଜୁଲାଇ କାର୍ଗିଲ ବିଜୟ ଦିବସ ଏବଂ ୮ ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ସାରା ରାଜ୍ୟରେ ବୁଥସ୍ତର ପର୍ଯ୍ୟନ୍ତ ଯୁବମୋର୍ଚ୍ଚା ତରଫରୁ ବ୍ୟାପକ ସଦସ୍ୟତା ଅଭିଯାନ କରାଯାଇ ରାଜ୍ୟର ଯୁବପିଢୀକୁ ସଦସ୍ୟ କରିବା ପାଇଁ ବଡ ଉଦ୍ୟମ କରାଯିବ ।

ଯୁବମୋର୍ଚ୍ଚା ନେତା କହିଛନ୍ତି ବିଜେପିକୁ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ କରିବା ପାଇଁ ଯୁବମୋର୍ଚ୍ଚା ତରଫରୁ ରାଜ୍ୟର ସବୁ ଅଂଚଳ ସମାଜର ସବୁ ବର୍ଗର ଯୁବଗୋଷ୍ଠୀକୁ ଦଳରେ ସାମିଲ ପାଇଁ ବିଶେଷ ଯୋଜନା ଆଧାରରେ ସଦସ୍ୟତା ଅଭିଯାନ ଆରମ୍ଭ ହୋଇଛି । ବିଜେପିର ନେସନ୍ ଫାଷ୍ଟ୍ ଓ ଗରିବ କଲ୍ୟାଣ ଯୋଜନା ଯୁବପିଢୀଙ୍କୁ ବିଜେପି ଆଡକୁ ବେଶ ଆକର୍ଷିତ କରୁିଛି ବୋଲି ବିଜେପି ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ଉପସଭାପତି ଅତୁଲ କୁମାର ଏବଂ ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ କହିଛନ୍ତି ।

By amfnews

Related Post