Sat. Mar 7th, 2026

ବିଜେପି ଜନଜାତି ମୋର୍ଚ୍ଚା‌ ରାଷ୍ଟ୍ରୀୟ ଅଧିବେଶନ ଆରମ୍ଭ, ଆଜି ‌ଆସି‌ବେ ଅମିତ ଶାହ

????????????????????????????????????
243 Views

ପୁରୀ : ବିଜେପି ଏସ୍‌ଟି(ଜନଜାତି) ମୋର୍ଚ୍ଚାର ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନ ପୁରୀସ୍ଥିତ ତାଳବଣିଆ ସ୍ପୋର୍ଟସ୍ କମ୍ପଲେକ୍ସ ପରିସରରେ ଆଜି ଆରମ୍ଭ ହୋଇଛି। ମୋର୍ଚ୍ଚାର ରାଷ୍ଟ୍ରୀୟ ସଭାପତି ରାମ ବିଚାର ନେତମଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଧିବେଶନକୁ ଉଦ୍‌ଘାଟନ କରିବା ଅବସରରେ ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ‌ସୋନୱାଲ ଜନଜାତିଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ଆନ୍ତରିକତା ସଂପର୍କରେ କହିଥିଲେ। ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଉତ୍ତର-ପୂର୍ବାଞ୍ଚଳର ରାଜ୍ୟରେ ରହୁଥିବା ଜନଜାତି ବିକାଶ ପାଇଁ ଅନେକ କିଛି ଯୋଜନା କରିଛନ୍ତି। ଶିକ୍ଷା, ସ୍ବାସ୍ଥ୍ୟ ଓ ଗ୍ରମୀଣ ବିକାଶ, ଜନଜାତି ବିକାଶ ପାଇଁ ‌ମୋଦୀ ସରକାରଙ୍କ ଯୋଜନା ସଂପର୍କରେ ସେ ଆଲୋକପାତ କରିଥିଲେ। ମୋଦୀଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ କରିବାକୁ ଏକତ୍ରୀତ ହୋଇ ଶପଥ ନେବାକୁ ସମାବେଶରେ ମୁଖ୍ୟମନ୍ତ୍ରୀ ସୋନୱାଲ ଆହ୍ବାନ ଦେଇଥିଲେ। ଅନ୍ୟପକ୍ଷରେ ଓଡ଼ିଶାରେ ଜନଜାତିଙ୍କ ସୁରକ୍ଷା ଦିଗରେ ରାଜ୍ୟ ସରକାର ବିଫଳ ହୋଇଥିବା ସେ କହିଥିଲେ।

ଏହି ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନରେ ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡା, ତ୍ରିପୁରା ଉପ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ବର୍ମା, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ବିଜେପି ନେତା ରବି ନାୟକ, ଅର୍ଜୁନ ଲାଲ ମିନା, ଲକ୍ଷ୍ମଣ ଟୁଡୁ ପ୍ରମୁଖ ଯୋଗ ଦେଇଥିଲେ। ସମାବେଶରେ ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରତିନିଧିମାନେ ଯୋଗଦେଇଥିଲେ। ଆସନ୍ତାକାଲି ତାଳବଣିଆ ପଡିଆରେ ଜନଜାତିଙ୍କୁ ପାଇଁ ଆୟୋଜିତ ସାଧାରଣ ସଭାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଉଦ୍‌ବୋଧନ ଦେବେ ବୋଲି ଜଣାପଡ଼ିଛି।

By amfnews

Related Post