Sat. Mar 7th, 2026

ବିଜେଡିର ସମର୍ଥନ ଏବଂ ଜେଡିୟୁର କକ୍ଷତ୍ୟାଗ ପରେ ଟ୍ରିପଲ ତଲାକ୍ ବିଲକୁ ରାଜ୍ୟସଭାରେ ପାସ୍ କରାଇବା ସହଜସାଧ୍ୟ ହେଲା !

198 Views

ନୂଆଦିଲ୍ଲୀ  :  ଲୋକସଭାରେ ଟ୍ରିପଲ ତଲାକ୍ ବିଲକୁ ମଂଜୁରି ମିଳିବା ପରେ ଆଜି ରାଜ୍ୟସଭାରେ ଏହି ବହୁଚର୍ଚ୍ଚିତ ବିଲ ଉପସ୍ଥାପିତ ହେଉଛି । କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହି ବିଲ ଉପସ୍ଥାପନ କରୁଛନ୍ତି ।ଏସଂପର୍କରେ ଆଲୋଚନା ଚାଲିଥିବା ବେଳେ ଏନଡିଏର ସହଯୋଗୀ ଜେଡିୟୁ କକ୍ଷତ୍ୟାଗ କରିବାପରେ ବିଜେପି ଲାଗି ଏହି ବିଲକୁ ପାସ୍ କରାଇବା ସହଜସାଧ୍ୟ ହେବ ବୋଲି କୁହାଯାଉଛି। ଆଗରୁ ବିଜେଡି ଟ୍ରିପଲ ତଲାକ୍ ବିଲକୁ ରାଜ୍ୟସଭାରେ ସମର୍ଥନ କରିବ ବୋଲି ଘୋଷଣା କରିଛି।

ରାଜ୍ୟସଭାରେ ସାଂସଦଙ୍କ ସଂଖ୍ୟା ୨୪୫। ଏଥିମଧ୍ୟରୁ ୪ଟି ଆସନ ଖାଲି ପଡ଼ିଛି। ଏବେ ବିଲକୁ ପାସ୍ କରିବାଲାଗି ୧୨୧ ସଦସ୍ୟଙ୍କ ସମର୍ଥନ ଲୋଡ଼ା। ବିଜେଡିର ସମର୍ଥନ ଏବଂ ଜେଡିୟୁର କକ୍ଷତ୍ୟାଗ ପରେ ସଂଖ୍ୟା ଗରିଷ୍ଠତାଲାଗି ୧୧୮ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ। ଏନଡିଏ, ବିଜେଡି ଏବଂ ସ୍ବାଧୀନ ସଦସ୍ୟଙ୍କୁ ମିଶାଇ କେନ୍ଦ୍ର ସରକାରଙ୍କ ପାଖରେ ୧୧୪ଜଣ ସାଂସଦଙ୍କ ସମର୍ଥନ ରହିଛି। ସଂଖ୍ୟା ଗରିଷ୍ଠତାଲାଗି ଏବେ ଆଉ ମାତ୍ର ୪ଜଣ ସାଂସଦଙ୍କ ସମର୍ଥନ ଦରକାର। ଯଦି ଟିଏମସିର ୬ଜଣ ସାଂସଦ ବିଲ ସପକ୍ଷରେ ଭୋଟ୍ ଦିଅନ୍ତି ବା କକ୍ଷତ୍ୟାଗ କରନ୍ତି , ତେବେ କେନ୍ଦ୍ର ସରକାରଙ୍କଲାଗି ଟ୍ରିପଲ ତଲାକ୍ ବିଲକୁ ରାଜ୍ୟସଭାରେ ପାସ୍ କରାଇବା ସମ୍ଭବପର ହେବ ।

By amfnews

Related Post