Sun. Mar 8th, 2026

ବିଜେଡି ଘୋଷଣା କଲା ନୂଆ ମିଡିଆ ଟିମ୍, ସସ୍ମିତ ପାତ୍ରଙ୍କୁ ମିଳିଲା ବଡ଼ ଦାୟିତ୍ୱ

287 Views

ଭୁବନେଶ୍ୱର  : ବିଜୁ ଜନତା ଦଳ ତାର ମିଡିଆ ଟିମକୁ ପୁର୍ନଗଠିତ କରିଛି।  ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୋହର ବାଜିବା ପରେ ଆଜି  ପରିବର୍ଦ୍ଧିତ ମିଡ଼ିଆ ଟିମ ଘୋଷଣା କରାଯାଇଛି | ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କୁ ବିଜୁ ଜନତା ଦଳର ମିଡ଼ିଆ କୋର୍ଡିନେଟର ଦାୟିତ୍ୱ ମିଳିଥିବା ବେଳେ ନୂଆ ମୁଖପାତ୍ର ଓ ପ୍ୟାନେଲିଷ୍ଟ ତାଲିକା ପ୍ରକାଶ ପାଇଛି। ଜାତୀୟ ମୁଖପାତ୍ର ତାଲିକାରେ ୫ ଜଣ ସ୍ଥାନ ପାଇଛନ୍ତି |  ଜାତୀୟ ଗଣମାଧ୍ୟମରେ ଏହି ୫ ଜଣ ବିଜେଡିର ଆଭିମୁଖ୍ୟକୁ ଉପସ୍ଥାପନ କରିବେ | ସେହିପରି ମୁଖପାତ୍ର ତାଲିକାରେ ୧୪ ଜଣଙ୍କୁ ସାମିଲ କରାଯାଇଛି  ଓ  ୧୦ ଜଣଙ୍କୁ ମିଡିଆ ପ୍ୟାନେଲିଷ୍ଟ ଦାୟିତ୍ୱ ମିଳିଛି | ନଜର ପକାନ୍ତୁ କେଉଁମାନଙ୍କୁ ମୁଖପାତ୍ର ଦାୟିତ୍ୱ ମିଳିଛି |

ଜାତୀୟ ମୁଖପାତ୍ର 
ସାଂସଦ ପିନାକୀ ମିଶ୍ର,  ଶ୍ରୀ ଅନୁଭବ ମହାନ୍ତି, ଡ.ଅମର ପଟ୍ଟନାୟକ, ଡ.ସସ୍ମିତ ପାତ୍ର ଓ ଶ୍ରୀ ସତ୍ୟନାରାୟଣ ସାହୁ

ମୁଖପାତ୍ର 
ଶ୍ରୀ ପ୍ରତାପ କେଶରୀ ଦେବ, ଦେବୀ ପ୍ରସାଦ ମିଶ୍ର, ପ୍ରଶାନ୍ତ ନନ୍ଦ, ରମେଶ ଚନ୍ଦ୍ର ମାଝୀ, ବ୍ୟୋମକେଶ ରାୟ, ସୁବାସ ଚୌହାନ, ସୁବାସ ସିଂ, ଆକାଶ ଦାସ ନାୟକ, ଅନୁଭବ ପଟ୍ଟନାୟକ, ଡ.ଲେନିନ୍ ମହାନ୍ତି, ସୁଲତା ଦେଓ, ଲୋପାମୁଦ୍ରା ବକ୍ସିପାତ୍ର, ଶ୍ରୀମୟୀ ଶ୍ଵେତାସ୍ନିଗ୍ଧା ମିଶ୍ର ଓ  ଭରଦ୍ୱାଜ ମିଶ୍ର |

By amfnews

Related Post