Sat. Nov 23rd, 2024

ବିଜୁ ଶ୍ରମିକ ସାମ୍ମୁଖ୍ୟର ଆଞ୍ଚଳିକ ସମ୍ମିଳନୀ

By amfnews Oct 16, 2018 #Featured
97 Views

ରାଉରକେଲା, ୧୫ା୧୦  : ସେକ୍ଟର-୧୮ ସୋସିଆଲ ହୋମ ଠାରେ ବିଜୁ ଶ୍ରମିକ ସାମ୍ମୁଖ୍ୟ ଆଞ୍ଚଳିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଶ୍ରମିକ ବହୁଳ ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲା ପକ୍ଷରୁ ଏହିପରି ଆୟୋଜନ ପ୍ରଥମ କରି ହୋଇଥିଲା । ଅସଂଗଠିତ କ୍ଷେତ୍ରରେ ଶ୍ରମିକମାନଙ୍କ ସାମାଜିକ ସୁରକ୍ଷା, ସ୍ୱାସ୍ଥ୍ୟ, ଶିକ୍ଷା ଓ ଆର୍ଥିକ ସୁରକ୍ଷା,ମୃତ୍ୟୁକାଳୀନ ସୁବିଧା ଆଦି ପାଇଁ ରାଜ୍ୟର କଲ୍ୟାଣକ।।ରୀ ଯୋଜନାକୁ ତୃଣମୂଳରେ ପହଞ୍ଚାଇବା ଉଦ୍ଦେଶ୍ୟରେ ହୋଇଥିବା ଉକ୍ତ କାର୍ଯ୍ୟକ୍ରମରେ ଉଭୟ ଜିଲ୍ଲାରେ କାର୍ଯ୍ୟରତ ୨ହଜାରରୁ ଉଦ୍ଧ୍ୱର୍ ଶ୍ରମିକ ପ୍ରତିନିଧି ଯୋଗ ଦେଇଥିଲେ ।

ଏହି ସମ୍ମିଳନୀରେ ଓଡ଼ିଶା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ତଥା ବିଜୁ ଶ୍ରମିକ ସାମ୍ମୁଖ୍ୟର ସଭାପତି ସୁବାସ ସିଂ, ରାଜଗାଙ୍ଗପୁର ବିଧାୟକ ମଙ୍ଗଳା କିଷାନ, ରଘୁନାଥପଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ସଭାପତି ସୁବ୍ରତ ତରାଇ, ଆରଡ଼ିଏ ଅଧ୍ୟକ୍ଷ ସାରଦା ନାୟକ, ବିଜେଡି ରାଜ୍ୟ ସମ୍ପାଦକ ଆନନ୍ଦ ଚନ୍ଦ୍ର ମହାନ୍ତି, ଉପସଭାପତି ବୈଦ୍ୟନାଥ ଦାସ, ରାଜ୍ୟ ସମ୍ପାଦକ ପ୍ରଶାନ୍ତ ସେଠୀ, ପଞ୍ଚାନନ ସେନାପତି, ଯୁଗଳ ନାୟକ, ମନୋରମା ନନ୍ଦୀ, ଅନୁପ ସାଏ, ପ୍ରଫୁଲ୍ଲ ମହାନ୍ତି, କୁସୁମ ଟେଟେ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ସାମ୍ମୁଖ୍ୟର ସଭାପତି ଶ୍ରୀ ସିଂ ସୁନ୍ଦରଗଡ଼ ଜିଲ୍ଲାର ପ୍ରାୟ୨ ଲକ୍ଷ ନିର୍ମାଣ ଶ୍ରମିକଙ୍କ କାର୍ଡ ପ୍ରସ୍ତୁତ ହୋଇଥିବା ସୂଚନା ଦେଇଥିଲେ ।

ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଘରୋଇ ଶ୍ରମିକ, ଅଟୋ ଚାଳକ, ବୁଲା ବିକାଳୀ, ଅଙ୍ଗନୱାଡ଼ି, ଆଶା, ପାଚିକା,ପଥପାଶ୍ୱର୍ ଦୋକାନୀ ସମେତ ବିଭିନ ସ୍ତରର ଲୋକଙ୍କ ସାମାଜିକ ସୁରକ୍ଷା ଓ ଆର୍ଥିକ, ସ୍ୱାସ୍ଥ୍ୟବୀମା, ମୃତ୍ୟୁକାଳୀନ ସୁବିଧା, ସନ୍ତାନଙ୍କ ଉଚ୍ଚଶିକ୍ଷା, ବିବାହ ଓ ଅନ୍ୟ ସମସ୍ତ ସୁବିଧା ସମ୍ପକର୍କରେ ସେ ଆଲୋକପାତ କରିଥିଲେ । ଏହି ଅବସରରେ ବାହାର ରାଜ୍ୟକୁ ରୋଜଗାର କରିବାକୁ ଯାଉଥିବା ଦାଦନମାନଙ୍କୁ ପଞ୍ଜିକୃତ ନମ୍ବରକୁ ପ୍ରଶାସନ ନିକଟରେ ଲିପିବଦ୍ଧ କରିବାକୁ ପ୍ରସ୍ତାବ ଦିଆଯାଇଥିଲା ।

ଆବଶ୍ୟକସ୍ଥଳେ ଏମାନଙ୍କୁ କର୍ମନିଯୁକ୍ତି ପ୍ରଦାନ କରି ସୁରକ୍ଷା ଦେବାଲାଗି ଏହା ସହାୟତା କରିବ ବୋଲି ଆଲୋଚନା ହୋଇଥିଲା । ସେଥିପାଇଁ ସମସ୍ତ ଶ୍ରମିକ ସଂଗଠନ ଏକତ୍ରିତ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ଏହି ପ୍ରସ୍ତାବ ଦେବାଲାଗି ଆହ୍ୱାନ ଦିଆଯାଇଥିଲା । ବର୍ତ୍ତମାନ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କ ପଞ୍ଜୀକରଣ ଆରମ୍ଭ ହୋଇଛି । ଉକ୍ତ କାର୍ଯ୍ୟର ତଦାରଖ ପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି ।

By amfnews

Related Post