Sat. Mar 7th, 2026

ବିଜୁ ଜନତା ଦଳର ପଞ୍ଚାୟତ ସ୍ତରୀୟ କର୍ମଶାଳା।

238 Views

ମାଲକାନଗିରି ଜିଲ୍ଲାରେ ବିଜୁ ଜନତା ଦଳ ତରଫରୁ ପଞ୍ଚାୟତ ସ୍ତରୀୟ କର୍ମଶାଳା କାଲିମେଳା ବ୍ଲକର ବଡିଗେଟା ଓ ତେଲରାଇ ଗ୍ରାମ ପଞ୍ଚାୟତ ଠାରେ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ ପଞ୍ଚାୟତ କର୍ମଶାଳା ରେ ମୁଖ୍ୟ ଅତିଥି ଭାବରେ ବିଧାୟକ ମାନସ ମାଡକାମି ଯୋଗ ଦେଇ ପଞ୍ଚାୟତ   ବାସୀଙ୍କ ସମସ୍ତ ସୁବିଧା ,ଅସୁବିଧା ,ବନ୍ୟା ପିଡୀତଙ୍କ କ୍ଷୟ କ୍ଷତି ବିଷୟରେ  ଆଲୋଚନା କରିଥିଲେ।
ବିଧାୟକ ମାନସ ମାଡକାମି ସିଧାସଳଖ ଭାବରେ ଉକ୍ତ କର୍ମଶାଳା ବୈଠକରେ ପଞ୍ଚାୟତ ବାସୀଙ୍କୁ ଓଡିଶା ସରକାରଙ୍କ ସମସ୍ତ ପ୍ରକାର ଯୋଜନା  ଠିକ ଭାବରେ ପହଞ୍ଚି ପାରୁଛି କି ନାହିଁ ପଚାରି ବୁଝିଥିଲେ।
ଏହି କର୍ମଶାଳାରେ  ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ପୂର୍ବତନ ମେୟର ରାଜେନ୍ଦ୍ର ଆଚାର୍ଯ୍ୟ ,ଏସି ସେଲ୍ ସଭାପତି ବିକାଶ ମଣ୍ଡଳ ,ବରିଷ୍ଠ ବିଜେଡି ନେତା ଦାଶରଥି ବେହେରା ,ଯୁବ ସଙ୍ଗଠକ ଅଜୟ ଦାସ ,ଯୁବ ସଭାପତି ନିରୋଧ ମିସ୍ତ୍ରୀ ,ଇ .ଭେଙ୍କେଟ ରାଓ ,ନଗର ଉପସଭାପତି ସତ୍ୟ ସ୍ୱାଇଁ ଓ ବିଧାୟକ ପ୍ରତିନିଧି ଉମାସଙ୍କର ସାହୁ ଓ ସ୍ଥାନୀୟ ସରପଞ୍ଚ ,ସମିତି ସଭ୍ୟ ଏବଂ ସମସ୍ତ ୨୧ଜଣିଆ ୱାର୍ଡ କମ୍ମିଟି ର ସଭ୍ୟମାନେ ଉପସ୍ଥିତ ଥିଲେ ।

By amfnews

Related Post