Wed. Mar 12th, 2025

ବିଚାରାଧୀନ କଏଦୀଙ୍କ ମୃତ୍ୟୁ

By amfnews Jan 19, 2020 #Featured
120 Views

ନୟାଗଡ଼ : ନୟାଗଡ଼ ଜିଲ୍ଲା ଦଶପଲ୍ଲା ସବ୍ ଜେଲ୍‌ରେ ଥିବା ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ କୃଷ୍ଣ ପାତ୍ର। ତାଙ୍କ ଘର ବାଣିଗୋଛାରେ।

ଦୁଇମାସ ହେବ ସେ ଜେଲ୍‌ରେ ଥିଲେ। ଜଣେ ସମ୍ପର୍କୀୟଙ୍କୁ ମରାଣାନ୍ତକ ଆକ୍ରମଣ ମାମଲାରେ କୃଷ୍ଣ ଓ ତାଙ୍କ ସ୍ତ୍ରୀ ଗିରଫ ହୋଇଥିଲେ। ତାଙ୍କ ସ୍ତ୍ରୀ ବି ଦଶପଲ୍ଲା ସବ୍ ଜେଲ୍‌ରେ ବିଚାରାଧୀନ କଏଦୀ ଭାବେ ଅଛନ୍ତି।

ସୂଚନା ଅନୁସାରେ, ଗତକାଲି ରାତିରେ କୃଷ୍ଣ ଅସୁସ୍ଥ ଅନୁଭବ କରିଥିଲେ। ଅବସ୍ଥା ଗୁରୁତର ହେବାରୁ ଜେଲ୍‌ କର୍ତ୍ତୃପକ୍ଷ ତାଙ୍କୁ ଦଶପଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଆଜି ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଦଶପଲ୍ଲା ପୁଲିସ ଓ ତହସିଲଦାର ଡାକ୍ତରଖାନାରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି।

By amfnews

Related Post