Thu. Dec 26th, 2024

ବିଏସ୍ଏନ୍ଏଲ୍ ଟାୱାରୁ ବ୍ୟାଟେରୀ ଚୋରି, ସୁରକ୍ଷା କର୍ମୀ ଗିରଫ

rklsanchar@gmail.com' By J.N. Pradhan Aug 10, 2018 #Featured
148 Views

ରାଉରକେଲା, ୧୦ା୮: ସେକ୍ଟର-୬ ଅଞ୍ଚଳରେ ଥିବା ବିଏସ୍ଏନ୍ଏଲ୍ ଟାୱାରରୁ ପ୍ରାୟ ଲକ୍ଷାଧିକ ଟଙ୍କାର ବ୍ୟାଟେରୀ ଚୋରି ଅଭିଯୋଗରେ ସେକ୍ଟର-୭ ପୁଲିସ ଶାନ୍ତନୁ ପ୍ରଧାନ ନାମକ ଜଣେ ସିକ୍ୟୁରିଟି ଗାର୍ଡ଼କୁ ଗିରଫ କରିଛି । ତା’ଠାରୁ ପୁଲିସ ୪ଟି ବ୍ୟାଟେରୀ ଉଦ୍ଧାର କରିଥିବା ବେଳେ ଆହୁରି ୨୦ଟି ବ୍ୟାଟେରୀ ଅନ୍ୟ ୪ ଜଣ ଚୋର ନେଇ ପେରାର ହୋଇଯାଇଛନ୍ତି ।

ଗତ ମାସ ସେକ୍ଟର-୬ ଅଞ୍ଚଳରେ ଥିବା ବିଏସ୍ଏନ୍ଏଲ୍ ଟ୍ୱାୱାରରୁ ପ୍ରାୟ ୨୪ଟି ବ୍ୟାଟେରୀ ଚୋରି ହୋଇ ଯାଇଥିଲା । ଚୋରି ଘଟଣା ସମ୍ପର୍କରେ ବିଏସ୍ଏନ୍ଏଲ୍ ଏସ୍ଡିଓ ଅରୁଣ ମିଶ୍ର ସେକ୍ଟର-୭ ଥାନାରେ ଏତଲା ଦାୟର କରିଥିଲେ । ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା ।

କୋଏଲନଗର ଅଞ୍ଚଳରେ ରହୁଥିବା ସିକ୍ୟୁରିଟି ଗାର୍ଡ଼ ଶାନ୍ତନୁ ଏହି ଚୋରି ଘଟଣାରେ ସଂପୃକ୍ତ ଥିବା ପୁଲିସ କୌଣସି ସୂତ୍ରରୁ ସୂଚନା ପାଇଥିଲା । ତାକୁ ଥାନାକୁ ଧରି ଆଣି ଜେରା କରିବା ପରେ ସେ ସବୁ ସତକଥା ମାନି ଯାଇଥିଲା । ପୁଲିସ ତା’ଠାରୁ ୪ଟି ବ୍ୟାଟେରୀ ଜବତ କରିଛି । ଶାନ୍ତନୁ ସହିତ ଅନ୍ୟ ୪ ଜଣ ଚୋର ଏହି ଘଟଣାରେ ସଂପୃକ୍ତ ଅଛନ୍ତି । ସେମାନେ ୨୦ଟି ବ୍ୟାଟେରୀ ଧରି ଫେରାର ହୋଇ ଯାଇଛନ୍ତି । ଶାନ୍ତନୁକୁ ଆଜି କୋର୍ଟ ଚାଲାଣ କରାଯାଇଛି ।

Related Post