ରାଉରକେଲା, ୧୧/୭ : ବିଏସ୍ଏନ୍ଏଲ୍ କାଜୁଆଲ ଓ କଣ୍ଟ୍ରାକ୍ଟ ଫେଡେରେସନ ପକ୍ଷରୁ ଏକ ଦିବସୀୟ ଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହିକ୍ରମରେ ରାଉରକେଲା ବିଏସ୍ଏନ୍ଏଲ୍ କାଜୁଆଲ କର୍ମଚାରୀ ସଂଘ ପକ୍ଷରୁ ଆଜି ଜିଏମ୍ଟିଡି ଅଫିସ୍ ସମ୍ମୁଖରେ ୬ ଦଫା ସମ୍ବଳିତ ଦାବି ଯଥା ମାସ ଶେଷରେ ଦରମା ପ୍ରଦାନ, ସାମାଜିକ ସୁରକ୍ଷା ସହ ଇପିଏଫ୍ ଓ ଇଏସ୍ଆଇ, ପେନ୍ସନ, ଗ୍ରାଚ୍ୟୁଇଟି, ବୋନସ ଆଦି ମିନିମମ ୱେଜେସ, ସ୍ଥାୟୀ ନିଯୁକ୍ତି, ସମାନ କାମକୁ ସମାନ ଦରମା, ସିଜିଏମ୍ କାର୍ଯ୍ୟାଳୟ ପତ୍ର ସଂଖ୍ୟା ଆର୍ଇ/୮-୩/୨୦୧୫ (ପିଟି-ଡି/୪), ତା-୨୩.୧୦.୨୦୧୭ର କାର୍ଯ୍ୟକାରିତା ଦାବିରେ ଏକ ଦିବସୀୟ ଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ସମସ୍ତ କର୍ମଚାରୀ ସାମିଲ୍ ହୋଇଥିଲେ । ସୁନ୍ଦରଗଡ, ବଣେଇଗଡ, ରାଜଗାଙ୍ଗପୁର ଓ ରାଉରକେଲାର ସହରର ପ୍ରମୁଖ ସ୍ଥାନରୁ ପ୍ରାୟ ୧୫୦ ଜଣ କର୍ମଚାରୀ ଏହି ଧାରଣାରେ ସାମିଲ୍ ହୋଇଥିଲେ । ବିଏସ୍ଏନ୍ଏଲ୍ ଏମ୍ପ୍ଲଇଜ ୟୁନିୟନ ସମ୍ପାଦକ ବସନ୍ତ କୁମାର ଜେନା, ସିଆଇଟିୟୁ ପକ୍ଷରୁ ବିମାନ ମାଇତି, ସୁରେନ୍ଦ୍ର ଦାସ ଓ ରାଜକିଶୋର ପ୍ରଧାନ, ବିଏସ୍ଏନ୍ଏଲ୍ କାଜୁଆଲ କର୍ମଚାରୀ ସଂଘ ପକ୍ଷରୁ ଚିଫ୍ ପାର୍ଟନର ଖଡୁ ତାଣ୍ଡି, ସଭାପତି ଏମ୍.କେ. ହାଇଦରଅଲୀ, ସମ୍ପାଦକ ମାଇକେଲ୍ ତିର୍କୀ, କାର୍ଯ୍ୟକାରୀ ସଭାପତି କପୁରନ ନାଗ, ଅର୍ଗାନାଇଜିଂ ସେକ୍ରେଟାରୀ ପ୍ରଦୀପ ମଲ୍ଲିକ ଧାରଣାରେ ଉଦ୍ବୋଧନ ଦେଇଥିଲେ । ଉପରୋକ୍ତ ୬ ଦଫା ସମ୍ବଳିତ ଦାବିଗୁଡିକ ପୂରଣ ନ ହେଲେ ଆଗାମୀ ଦିନରେ ସଂଘ ତରଫରୁ ଏହି ଧାରଣାକୁ ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଛି ।