Thu. Mar 12th, 2026

ବିଏମ୍‌ସି ଚେତାଇ ଦେଲା, ହୋଲ୍ଡିଂ ଟ୍ୟାକ୍ସ ଖିଲାପକାରୀଙ୍କୁ ଆଉ ଛାଡ଼ ନାହିଁ

165 Views

ଭୁବନେଶ୍ୱର : ହୋଲ୍ଡିଂ ଟ୍ୟାକ୍ସ ଖିଲାପକାରୀଙ୍କ ପ୍ରତି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଫେବ୍ରୁଆରୀ ୨୦ ସୁଦ୍ଧା ଯଦି ଖିଲାପକାରୀମାନେ ବାକି ଥିବା ଗୃହ ଟିକସ ପୈଠ ନ କରନ୍ତି, ତା’ହେଲେ ଓଡ଼ିଶା ପବ୍ଲିକ୍‌ ଡିମାଣ୍ଡ ରିକଭରି ଆକ୍ଟ-୧୯୬୨ ଅନୁସାରେ ବାକି ଟିକସ ଆଦାୟ କରାଯିବ। ଏନେଇ ନୋଟିସ୍‌ରେ ସ୍ପଷ୍ଟ ଭାବେ କୁହାଯାଇଛି। ଏହାସହ ଓଡ଼ିଶା ମ୍ୟୁନିସିପାଲ୍‌ କର୍ପୋରେସନ ଆକ୍ଟ-୨୦୦୩ ଅନୁସାରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମ୍‌ସି ଚେତାବନୀ ଦେଇଛି।

୩୬୪ ଜଣ ବଡ଼ ବଡ଼ ଖିଲାପକାରୀଙ୍କୁ ନୋଟିସ୍ ଜାରି କରାଯାଇଛି। ଏହି ଖିଲାପକାରୀଙ୍କୁ ଗତ ବର୍ଷ ଡିସେମ୍ବରରେ ମଧ୍ୟ ନୋଟିସ୍ ଜାରି କରାଯାଇଥିଲା। ଏସବୁ ସତ୍ତ୍ୱେ ଟିକସ ପଇଠ ନ କରିବାରୁ ଶେଷରେ ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଭୁବନେଶ୍ୱର ମହାନଗର ନିଗମ।

ଅନ୍ୟପକ୍ଷରେ ବାକି ଥିବା ହୋଲ୍ଡିଂ ଟ୍ୟାକ୍ସ ଆଦାୟ ପାଇଁ କିନ୍ନରଙ୍କୁ ନିୟୋଜିତ କରାଯାଇଛି। ଏଥିପାଇଁ ୧୦ କିନ୍ନରଙ୍କୁ ୩ ମାସ ଧରି ଟ୍ରେନିଂ ଦିଆଯାଇଥିଲା। ଗତ ୭ ତାରିଖରୁ ୧୨ ତାରିଖ ମଧ୍ୟରେ ସେମାନେ ୪ ଲକ୍ଷରୁ ଅଧିକ ଟଙ୍କାର ଟିକସ୍ ଆଦାୟ କରିଛନ୍ତି। ୨ ମାସ ଭିତରେ ୧୧ କୋଟି ଟଙ୍କାର ବାକି ପଡ଼ିଥିବା ଟିକସ ଆଦାୟ କରିବାକୁ ସେମାନଙ୍କୁ ଟାର୍ଗେଟ ଦିଆଯାଇଛି।

By amfnews

Related Post