Tue. Mar 10th, 2026

ବାଡ଼ି ଧମକାଇଲେ ଶିକ୍ଷକ: ଘର ତିଆରି ପାଇଁ ବାଲି, ଇଟା ବୋହିଲେ ପିଲା

200 Views

ବ୍ରହ୍ମପୁର :  ସ୍କୁଲ କର୍ତ୍ତୁପକ୍ଷଙ୍କ ନିର୍ଦ୍ଦୟତା। ସ୍କୁଲ ବିଲ୍ଡିଂ କାମରେ ଛାତ୍ରଙ୍କୁ ଶ୍ରମିକ ଭାବେ ଖଟାଉଛନ୍ତି ଶିକ୍ଷକ। ଏହି ଚିତ୍ର ବ୍ରହ୍ମପୁର ବାସୁଦେବନଗରରେ ଥିବା ଏକ ଘରୋଇ ବିଦ୍ୟାଳୟର ବୋଲି କୁହାଯାଉଛି। ଭିଡିଓରେ ଛାତ୍ରମାନେ ସ୍କୁଲ ବିଲ୍ଡିଂ କାମ ପାଇଁ ଇଟା ଓ ଗୋଡ଼ି ବୋହୁଥିବା ଦେଖିବାକୁ ମିଳିଛି। ବହୁତଳ ବିଶିଷ୍ଟ ନିର୍ମାଣାଧିନ କୋଠାରେ ଏହି ଛାତ୍ରଙ୍କୁ କାର୍ଯ୍ୟରେ ଲଗାଯାଇଛି। ଏଭଳିକି ଭିଡିଓରେ ଜଣେ ଶିକ୍ଷକ ଏକ ବାଡ଼ି ଧରି ପିଲାମାନଙ୍କୁ ଶୀଘ୍ର କାମ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି। ସୋଶାଲ ମିଡିଆରେ ଏବେ ଏହି ଭିଡିଓ ଭାଇରାଲ ହୋଇଛି।

ଛାତ୍ରଛାତ୍ରୀଙ୍କୁ ପ୍ରତିଦିନ ଏଭଳି କାର୍ଯ୍ୟରେ ଲଗାଯାଉଥିବା ଭିଡିଓ ଭାଇରାଲ କରିଥିବା ବ୍ୟକ୍ତି ଜଣକ କହିଛନ୍ତି।  ଘଟଣାର ତଦନ୍ତ କରି ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି।

By amfnews

Related Post