140 Views
ନବରଙ୍ଗପୁର : ରାଜ୍ୟରେ ଧାନ ବିକ୍ରି ବଟାରେ ସମସ୍ୟା ପରେ ପଡୋଶୀ ଛତିଶଗଡ଼ ଏବଂ ଆନ୍ଧ୍ରକୁ ଚାଲାଣ ହେଉଛି ଖରିଫ୍ ଧାନ। ଅଧିକ ମୂଲ୍ୟ ଏବଂ ନଗଦ ଟଙ୍କାର ପ୍ରଲୋଭନ ଦେଖାଇ ପଡ଼ୋଶୀ ରାଜ୍ୟକୁ ଧାନ ଚୋରାଚାଲାଣ କରୁଛନ୍ତି ଦଲାଲ୍ । ଯାହାର ପ୍ରମାଣ ମିଳିଛି ନବରଙ୍ଗପୁର ଜିଲ୍ଲାରେ ।
ଜିଲ୍ଲା ଯୋଗାଣ ବିଭାଗ ଗତକାଲି ରାତିରେ ଚଢ଼ଉ କରିବା ସହ ମାଝିଗୁଡ଼ାଠାରେ ୨ଟି ଧାନ ବୋଝେଇ ଟ୍ରକକୁ ଧରିଛି। ଜବତ ଟ୍ରକ ମଧ୍ୟରୁ ଗୋଟିଏ ଟ୍ରକରେ ୩ଶହ କ୍ୱିଣ୍ଟାଲ ଏବଂ ଅନ୍ୟ ଏକ ଟ୍ରକରେ ୨୪୭ କ୍ୱିଣ୍ଟାଲ୍ରୁ ଅଧିକ ଧାନ ଥିଲା । ଏସବୁ ଧାନ ଉମରକୋଟ ବ୍ଲକ ଜାମରଣ୍ଡା ପଞ୍ଚାୟତ ୟୁଭି ୧୪ର ସରକାର ଟ୍ରେଡର୍ସ ସଂସ୍ଥାର ବୋଲି ଜଣାପଡ଼ିଛି। ଯାହାକୁ କ୍ୱିଣ୍ଟାଲ ପିଛା ୧୬୧୪ ଟଙ୍କାରେ କିଣାଯାଇଥିଲା ବୋଲି ସୂଚନା ପାଇଛି ଯୋଗାଣ ବିଭାଗ ।