Sat. Mar 7th, 2026

ବାହାଘର ପୂର୍ବରୁ ବ୍ଲେଡମାଡ଼, ଧମକ ଦେଲେ ସେ ଝିଅକୁ ବାହା ହେବୁନି

242 Views

ନୀଳଗିରି  :  ବିବାହ ପାଇଁ ନିମନ୍ତ୍ରଣ କାର୍ଡ ଦେବାକୁ ଯାଇଥିଲେ ଯୁବକ। ହେଲେ ଫେରିବା ବେଳେ ପିଟିଲେ  ଦୁର୍ବୃତ୍ତ। ଏପରି କିଛି ଘଟଣା ଏବେ ବାଲେଶ୍ୱର ନୀଳଗିରି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି ।

ସୂଚନା ଅନୁଯାୟୀ ମନୋଜ ବେହେରା ନାମକ ଜଣେ ଯୁବକଙ୍କର ଆସନ୍ତାକାଲି ବିବାହ ହେବାର ଥିଲା।  ଏଥିପାଇଁ ସେ ନିକଟସ୍ଥ କାଳୀଝାଟି ଅଞ୍ଚଳକୁ ବିବାହ ନିମନ୍ତ୍ରଣ ଦେବାକୁ ଯାଇଥିଲେ। ହେଲେ ତିନିକୋଶିଆ ଜଙ୍ଗଲ ରାସ୍ତାରେ ୩ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଧମକାଇ ଉକ୍ତ ଯୁବତୀଙ୍କୁ ବିବାହ ନକରିବାକୁ ଧମକାଇଥିଲେ। ଏଥି ସହ ନିର୍ଧୂମ ପିଟିବା ସହ ୫୦୦୦ ଟଙ୍କା ନେଇଯାଇଛନ୍ତି। ବ୍ଲେଡ୍‌ରେ ତାଙ୍କ ଉପରକୁ ଆକ୍ରମଣ କରି ସେଠୁ ଚମ୍ପଟ୍ ମାରିଛନ୍ତି।

ଗୁରୁତର ଅବସ୍ଥାରେ ଯୁବକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ପ୍ରେମ ବ୍ୟାପରକୁ ନେଇ ଏହି ଆକ୍ରମଣ ହୋଇଥିବା ସନ୍ଦେହରେ ନୀଳଗିରି ପୁଲିସ ଖୋଲତାଡ଼ କରୁଛି ।

By amfnews

Related Post