Sat. Nov 23rd, 2024

ବାଳସୁଧାର ଗୃହରେ ପରୀ ହତ୍ୟା ମାମଲାର ଅଭିଯୁକ୍ତ

By amfnews Jan 6, 2021 #Featured
138 Views

ନୟାଗଡ, ଜାନୁଆରୀ ୬ : ନୟାଗଡ ଯଦୁପୁର ନାବାଳିକା ହତ୍ୟା ମାମଲା ବର୍ତମାନ ପୁରା ରାଜ୍ୟରେ ଉଷ୍ମତା ଭରିଛି । ଏସଆଇଟିର ଭିନ୍ନ ଭିନ୍ନ ତଦନ୍ତକୁ ନେଇ ମଧ୍ୟ ସମାଲୋଚନା ଆରମ୍ଭ ହୋଇଥିବା ବେଳେ ଏବେ ବୋଥ୍ରାଙ୍କ ଟିମ୍ କୁ ଲାଗିଛି ଶକ୍ତ ଝଟ୍‌କା ।

ଗତ କାଲି ମଙ୍ଗଳବାର ପକ୍ସୋ କୋର୍ଟ ଅଭିଯୁକ୍ତକୁ ନାବାଳକ ବୋଲି ଦର୍ଶାଇବା ପରେ ଏବେ ଚିନ୍ତାରେ ଟିମ୍ ବୋଥ୍ରା । ତେବେ ନିଜର ସବୁ କଳବଳ କୌଶଳ ଲଗାଇ ଏସଆଇଟି ପରୀ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ନାବାଳକକୁ ସାବାଳକ ଦର୍ଶାଇ ଥିଲା କୋର୍ଟରେ । କିନ୍ତୁ କୋର୍ଟ ଅଭିଯୁକ୍ତର ଜନ୍ମ ପ୍ରମାଣ ପତ୍ର ଓ ଅନ୍ୟ ସବୁ ଦସ୍ତାବିଜ୍ ଆଧାରରେ ଅଭିଯୁକ୍ତ ନାବାଳକ ବୋଲି ଘୋଷଣା କରିଛନ୍ତି ।

ଯାହା ପରେ ନାବାଳକ ଅଭିଯୁକ୍ତ କୁ ଜେଲ୍ ପରିବର୍ତ୍ତେ ବାଳ ସୁଧାର ଗୃହ ପଠାଯାଇଛି । ଓ ଏହି ମାମଲାକୁ ଜୁଭେନାଇଲ୍ ବୋର୍ଡକୁ ସ୍ଥାନାନ୍ତରଣ କରାଯାଇଛି । ବର୍ତମାନ ଅଭିଯୁକ୍ତକୁ ଅନୁଗୁଳ ବାଳ ସୁଧାର ଗୃହକୁ ନିଆଯାଇଛି ।

By amfnews

Related Post