Sun. Mar 8th, 2026

ବାଲେଶ୍ୱର: ତିନିଟି ଟ୍ରକ୍‌ ଧକ୍କା; ଜଣେ ଡ୍ରାଇଭର୍‌ ମୃତ; ଅନ୍ୟ ଜଣେ ଆହତ

861 Views

ସିମୁଳିଆ: ସୋମବାର ସକାଳେ ମଞ୍ଜୁରିପୁର ଅନ୍ତର୍ଗତ ୫ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ କଟିଆ ଢାବା ନିକଟରେ ତିନୋଟି ଟ୍ରକ୍‌ ଦୁର୍ଘଟନାଗ୍ରସ୍ତ ହେବାରୁ ଜଣେ ଡ୍ରାଇଭର୍‌ର ମୃତ୍ୟୁ ଘଟିବା ସହ ଅନ୍ୟ ଜଣେ ଡ୍ରାଇଭର ଆହତ ହୋଇଛନ୍ତି।

ସକାଳ ପ୍ରାୟ ୭: ୧୦ ସମୟରେ ରାଜପଥରେ ବାଲେଶ୍ୱରରୁ ଭଦ୍ରକ ଆଡ଼କୁ ଦ୍ରୁତ ଗତିରେ ତିନୋଟି ଟ୍ରକ୍‌ ଯାଉଥିଲେ। କୌଣସି କାରଣରୁ ସବା ଆଗରେ ଥିବା ଟ୍ରକ୍‌ଟି ହଠାତ୍‌ ବ୍ରେକ୍‌ କଷି ଦେବାରୁ ପଛରେ ଆସୁଥିବା ଟ୍ରକ୍‌ ଦୁଇଟି ପଛକୁ ପଛ ଧକ୍କା ଖାଇଥିଲେ।

ଧକ୍କାର ପ୍ରଭାବରେ ମଝି ଟ୍ରକ୍‌ର ଡ୍ରାଇଭର ଘଟନାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ତୃତୀୟ ଟ୍ରକ୍‌ର ଡ୍ରାଇଭର୍‌ ସାଙ୍ଘାତିକ ଆହତ ହୋଇଛନ୍ତି। ତାଙ୍କୁ କ୍ଷତିଗ୍ରସ୍ତ ଟ୍ରକ୍‌ ମଧ୍ୟରୁ ସିମୁଳିଆ ପୁଲିସ କଟର୍‌ ସାହାଯ୍ୟରେ ମୃତ ଡ୍ରାଇଭର୍‌ଙ୍କର ଶବ କାଢ଼ିଛି।

ଆହତ ଡ୍ରାଇଭର୍‌ଙ୍କୁ ଦମକଳ ବାହୀନି ସହାୟତାରେ ଭଦ୍ରକ ଡାକ୍ତରଖାନାକୁ ପଠାଇଛି। ମୃତ ଡ୍ରାଇଭରଙ୍କର ପରିଚୟ ମିଳିନାହିଁ। ସେ ଟ୍ରକର୍‌ ମାଲିକଙ୍କ ନିକଟକୁ ଫୋନ୍‌ ଯୋଗେ ଦୁର୍ଘଟନା ସଂକ୍ରାନ୍ତରେ ଖବର ଦିଆଯାଇଛି।

ମୃତ ଡ୍ରାଇଭର୍‌ ଟ୍ରକ ଓ ଅନ୍ୟ ଏକ ଟ୍ରକ୍‌ର ହେଲ୍‌ପରମାନେ ଘଟନାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ମାମଲା ରୁଜୁ କରି ସିମୁଳିଆ ପୁଲିସ ଘଟନାର ତଦନ୍ତ କରୁଛି।

By amfnews

Related Post