Wed. Mar 11th, 2026

ବାଲିମେଳା ଜଳଭଣ୍ଡାରରେ ଡଙ୍ଗା ବୁଡ଼ି ଜଣେ ମୃତ, ତିନି ନିଖୋଜ

218 Views

ମାଲକାନଗିରି  : ଶନିବାର ଅପରାହ୍ଣରେ ଚିତ୍ରକୋଣ୍ଡା ଗ୍ରାମପଞ୍ଚାୟତ ସମିତି ଅଞ୍ଚଳର ବାଲିମେଳା ଜଳଭଣ୍ଡାରରେ ଗୋଟାଏ ଡଙ୍ଗା ଓଲଟି ପଡ଼ି ବୁଡ଼ିଯିବାରୁ ୪ ଜଣ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଆଜି ଜଣଙ୍କର ଶବ ଉଦ୍ଧାର କରାଯାଇଛି।

ବିଚ୍ଛିନ୍ନାଞ୍ଚଳ ଯନ୍ତ୍ରୀ ଗ୍ରାମପଞ୍ଚାୟତ ଅଞ୍ଚଳର ତୋଟାଗୁଡ଼ା ଗ୍ରାମର ୨୫ ବର୍ଷୀୟ ସନାଦେଈ ଗଲରି, ତାଙ୍କ ୩୦ ବର୍ଷିୟ ସ୍ୱାମୀ ମଙ୍ଗଳ ଗଲରି ଏବଂ ସେମାନଙ୍କର ୮ ମାସର ଝିଅ ଦୀପାଳି, ୨୦ ବର୍ଷିୟ ସାନାତା ଶିଶା ଗତକାଲି ନାକାମାମୁଡ଼ି ଗ୍ରାମରୁ ଗତିଆ ଭାବରେ ପରବ ଖାଇ ଫେରୁଥିଲେ। ଆମ୍ବୁଲିବେଢ଼ା ନିକଟରେ ହୋଇଥିବା ବେଳେ ଜଳଭଉଁରିରେ ପଡ଼ି ସେମାନେ ବାହୁଥିବା ଡଙ୍ଗାଟି ଓଲଟି ପଡ଼ିଥିଲା। ଫଳରେ ଚାରିଜଣଯାକ ପାଣିରେ ବୁଡ଼ି ନିଖୋଜ ହୋଇଯାଇଥିଲେ।

ଆଜି ସ୍ଥାନୀୟ ଲୋକ ସେମାନଙ୍କୁ ଖୋଜାଖୋଜି କରିବା ବେଳେ ସନାଦେଈ ଗଲରିଙ୍କ ଶବ ଉଦ୍ଧାର କରିଛନ୍ତି। ବର୍ତ୍ତମାନ ସୁଦ୍ଧା ବାକି ତିନିଜଣଙ୍କର ସନ୍ଧାନ ମିଳି ନାହିଁ।

By amfnews

Related Post