Mon. Mar 10th, 2025

ବାଲିଆପାଳ : ପୋଖରୀ ହୁଡାରୁ ନାବାଳିକାର ମୃତଦେହ ଉଦ୍ଧାର

By amfnews Dec 14, 2020 #Featured
257 Views

ବାଲେଶ୍ବର, ଡିସେମ୍ବର ୧୪ : ନୟାଗଡର ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡର ନିଷ୍କର୍ସ ବାହାରି ପାରିନଥିବାବେଳେ ବର୍ତ୍ତମାନ ବାଲେଶ୍ବରର ଅନ୍ୟଜଣେ ପରୀର ମୃତଦେହ ଉଦ୍ଧାର ହୋଇଛି  । ବାଲିଆପାଳ ଥାନା ଅଞ୍ଚଳରୁ ୭ ବର୍ଷୀୟ ନାବାଳିକା ଶିଶୁ ପ୍ରଥମେ ନିଖୋଜ ହୋଇଥିଲେ ଆଜି ତାଙ୍କ ମୃତଦେହ ଉଦ୍ଧାର ହୋଇଛି  ।

ସୁନ୍ଦରକୋଇଲି ଗାଁର ଏକ ପୋଖରୀ ହୁଡ଼ାରୁ ନାବାଳିକାର ମୃତଦେହ ଉଦ୍ଧାର ହୋଇଛି। ଏଯାବତ ହତ୍ୟାକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ ହୋଇପାରିନଥିବା ବେଳେ ଉକ୍ତ ନାବାଳିକା ଜଣକ ଶୁକ୍ରବାର ଠାରୁ ନିଖୋଜ ଥିଲେ।

ବହୁ ଖୋଜାଖୋଜି ପରେ ନପାଇବାରୁ ନାବାଳିକାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଆଜି ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ସମ୍ପର୍କୀୟ ମାମୁଁଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସୂଚନାନୁସାରେ, ସୁନ୍ଦରକୋଇଲି ଗ୍ରାମର ବଳରାମ ପାତ୍ରଙ୍କ ଝିଅ ବିଷ୍ଣୁପ୍ରିୟା ପାତ୍ର ଗତ ଶୁକ୍ରବାର ସକାଳେ ଟ୍ୟୁସନ ସାରି ୯ଟାରେ ଘରକୁ ଫେରିଥିଲା । ତାପରେ ନିକଟସ୍ଥ ଜମ୍ଭୀରାଇ ଗ୍ରାମରେ ଥିବା ମାମୁଁ ଘରକୁ ସେ ବୁଲି ଯାଇଥିଲା । ସନ୍ଧ୍ୟାରେ ସେ ମାମୁଁ ଘରୁ ନ ଫେରିବାରୁ ତାକୁ ପରିବାର ଲୋକେ ଖୋଜାଖୋଜି କରିଥିଲେ।

ତେବେ ମାମୁଁ ଘର ଲୋକେ ଝିଅ ତାଙ୍କ ଘରକୁ ଯାଇ ନଥିବା କହିଥିଲେ । ପରେ ରାତି ସାରା ଝିଅକୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନିରାଶ ହୋଇଥିଲେ ।

By amfnews

Related Post