Fri. Mar 6th, 2026

ବାରିପଦାରେ ନିଯୁକ୍ତ ସାଇବର ସେଲ ପୁଲିସ କର୍ମଚାରୀଙ୍କୁ କରୋନା

1205778418
330 Views

ବାରିପଦା: ମୟୁରଭଞ୍ଜ ପୁଲିସ ସାଇବର ସେଲରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କୁ କରୋନା। ଜିଲ୍ଲା ସଦର ମହକୁମା ବାରିପଦାରେ ନିଯୁକ୍ତ ଏହି ପୁଲିସ କର୍ମଚାରୀ ଜଣଙ୍କ ନିକଟରେ କୌଣସି ଲକ୍ଷଣ ନଥିବା ଜଣାପଡ଼ିଛି। ତେବେ ସ୍ୱାବ ପରୀକ୍ଷା ପରେ କରୋନାରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଥିଲା।

ଏହି କର୍ମଚାରୀ ଜଣଙ୍କ ନିକଟରେ ନିଲମ୍ବିତ ପୂର୍ବତନ ବେତନଟୀ ତହସିଲଦାର ଅନିଶା ଦାସଙ୍କ ତଦନ୍ତ ପ୍ରକ୍ରିୟାରେ ସାମିଲ ଥିଲେ। ଲଘୁ ଖଣି ମାଫିଆଙ୍କ ସହ ସମ୍ପୃକ୍ତି, ବଟି ଆଦାୟ ଭଳି ସଙ୍ଗିନ ମାମଲାରେ ଛନ୍ଦି ହୋଇ ବେତନଟୀ ତହସିଲରୁ କଳାହାଣ୍ଡି ଡେପୁଟି କଲେକ୍ଟର ଭାବେ ବଦଳି ହୋଇଥିଲେ ଅନିଶା ଦାସ। ପରେ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା। ତେଣୁ ତାଙ୍କ ସଂସ୍ପର୍ଶରେ ଆସିଥିବାରୁ ଦୁଇ ଥାନା ଅଧିକାରୀ ମଧ୍ୟ ପରୀକ୍ଷା ନିମନ୍ତେ ସ୍ୱାବ୍ ଦେଇଥିବା ଜଣାପଡ଼ିଛି। ଏହା ପ୍ରଚାରିତ ହେବା ପରେ ଜିଲ୍ଲା ପୁଲିସ କର୍ମଚାରୀ ମହଲରେ ଆତଙ୍କ ଖେଳିଯାଇଛି।

ସୂଚନାଯୋଗ୍ୟ, ଏବେ ମୟୂରଭଞ୍ଜ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୩୯ରେ ପହଞ୍ଚିଛି।

By Prasanta Patnaik

Prasanta Patnaik is one of the senior-most media personalities of Odisha. He is also one of the first founder members of the Associated Media Foundation.

Related Post