Sat. Mar 7th, 2026

ବାରାଣସୀର ନାବାଳକ ଓ ନାବାଳିକା ଉଦ୍ଧାର

297 Views

ଝାରସୁଗୁଡ଼ା: ଉତ୍ତର ପ୍ରଦେଶ ରାଜ୍ୟର ବାରାଣସୀ ଜିଲ୍ଲାର ଏକ ଗ୍ରାମରୁ ଚାଲି ଆସିଥିବା ଜଣେ ନାବାଳକ ଓ ଜଣେ ନାବାଳିକାକୁ ରେଳ ସୁରକ୍ଷା ବଳ ଉଦ୍ଧାର କରି ଚାଇଲ୍ଡଲାଇନକୁ ହସ୍ତାନ୍ତର କରିଛି। ମଂଗଳବାର ଏହି ନାବାଳକ ଓ ନାବାଳିକା ଝାରସୁଗୁଡ଼ା ରେଳ ଷ୍ଟେସନର ୨ ନମ୍ବର ପ୍ଲାଟଫର୍ମରେ ସଂଦେହଜନକ ଭାବେ ବୁଲୁଥିବା ବେଳେ ଆର୍‌ପିଏଫ୍‌ ସୁରକ୍ଷା କର୍ମଚାରୀ ଏମାନଙ୍କୁ ପଚରାଉଚରା କରିଥିଲେ। ସେମାନେ ଘରୁ ଚାଲି ଆସିଥିବା ଜାଣିବାକୁ ପାଇଥିଲେ। ଉଭୟ ଗୋଟିଏ ଗ୍ରାମର ହୋଇଥିବା ବେଳେ ଏମାନେ କୌଣସି ଏକ ଟ୍ରେନ୍‌ ବସି ମୁମ୍ବାଇ ପଳାଇବାକୁ ଯୋଜନା କରିଥିଲେ। ତେବେ ଝାରସୁଗୁଡ଼ାରେ ପହଞ୍ଚି ମୁମ୍ବାଇ ଯିବାକୁ ଅପେକ୍ଷା କରିଥିବା ବେଳେ ପୁଲିସ ହାତରେ ଧରା ପଡ଼ିଥିଲେ। ଚାଇଲ୍ଡ ଲାଇନ ପକ୍ଷରୁ ଉଭୟଙ୍କୁ କାଉନସେଲିଂ କରାଯିବା ପରେ ତାଙ୍କ ପରିବାର ବର୍ଗଙ୍କୁ ଜଣାଇଥିଲେ। ଉଭୟଙ୍କୁ ଭିନ୍ନ ଭିନ୍ନ ସ୍ଥାନରେ ରଖାଯାଇଥିବା ବେଳେ ତାଙ୍କ ପରିବାର ବର୍ଗ ଆସିଲେ ଉପଯୁକ୍ତ ତଥ୍ୟ ପ୍ରମାଣ ଦେଇ ସେମାନଙ୍କୁ ନେଇ ପାରିବେ ବୋଲି ଚାଇଲ୍ଡ ଲାଇନ୍ ପକ୍ଷରୁ ଜଣାଯାଇଛି।

By amfnews

Related Post