Sun. Mar 8th, 2026

ବାବୁଶାନ୍‌ କହିଲେ, ସ୍ତ୍ରୀ ପଠାଇଥିଲେ ସଉଦା ପାଇଁ…

579 Views

ଭୁବନେଶ୍ୱର : ବିନା ହେଲ୍‌ମେଟ୍‌ରେ ବାଇକ୍‌ ଚଲାଇ ଟ୍ରାଫିକ୍ ନିୟମ ଉଲ୍ଲଘଂନ ଅଭିଯୋଗରେ ଓଲିଉଡ୍‌ ଷ୍ଟାର ବାବୁଶାନ୍‌ଙ୍କ ନାଁରେ ୧୦୦୦ ଟଙ୍କାର ଚାଲାଣ କଟିଛି। ସେ ବିନା ହେଲ୍‌ମେଟ୍‌ରେ ବାଇକ୍‌ ଚଲାଉଥିବା ନେଇ ସୋଶାଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଭିଡିଓଟି ସୋଶାଲ୍‌ ମିଡିଆରେ ଭାଇରାଲ ହେବାପରେ କମିଶନରେଟ୍‌ ପୁଲିସ୍‌ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ବାବୁଶାନ୍‌ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ନା ମୁଁ କୌଣସି ଟ୍ରାଫିକ୍‌ ଛକରେ ନା ଏନ୍‌ଏଚ୍‌ ଉପରେ ବାଇକ୍‌ ଚଲାଉଥିଲି। ବରଂ ଆପାର୍ଟମେଣ୍ଟ୍‌ର କମ୍ପାଉଣ୍ଡ ଭିତରେ ବାଇକ୍‌ ଚଲାଉଥିଲି। ଘରେ ସଉଦା ସରି ଯାଇଥିଲା, ତେଣୁ ମୋ ସ୍ତ୍ରୀ ମୋତେ ସଉଦା ଆଣିବାକୁ ପଠାଇଥିଲେ। ମୁଁ ସଉଦା ଆଣିବାକୁ ଯାଇଥିଲି। ଏହି ସମୟରେ ପିଲାମାନେ ଭିଡିଓ ରେକର୍ଡ କରି ଦେଇଥିଲେ। ତେବେ ମୁଁ ଟ୍ରାଫିକ୍‌ ପୁଲିସ୍‌କୁ ଧନ୍ୟବାଦ ଜଣାଉଛି। ଏଥର ଗେଟ୍‌ରୁ ବାହାରିଲା ମାତ୍ରେ ହେଲ୍‌ମେଟ୍‌ ପିନ୍ଧିବି। ଏଥିସହ ଭବିଷ୍ୟତରେ ଏନେଇ ସତର୍କ ରହିବି ’। ଏହି ଘଟଣା ପରେ ଘରୁ ବାହାରିଲେ ନିଶ୍ଚୟ ହେଲ୍‌ମେଟ୍‌ ପିନ୍ଧିବାକୁ ବାବୁଶାନ୍‌ ତାଙ୍କ ଫ୍ୟାନ୍ସଙ୍କୁ ଅନୁରୋଧ କରିଛନ୍ତି।

By amfnews

Related Post