Sun. May 25th, 2025

ବାନ୍ଧବୀ ସହ କରାଯାଉଥିବା ଗଣଦୁଷ୍କର୍ମ ଦେଖିବାକୁ ବାଧ୍ୟ କରାଯିବାରୁ ଜୀବନ ହାରିଲେ ୧୯ ବର୍ଷିୟ ଯୁବକ

By amfnews Sep 14, 2018 #Featured
166 Views

ରାୟପୁର: ଜଣେ ୧୦ ବର୍ଷୀୟ ତରୁଣଙ୍କ ଆତ୍ମହତ୍ୟା ଘଟନା ତାଙ୍କ ପରିବାର ଏବଂ ପୁଲିସକୁ ଦୀର୍ଘ ୧୨ ଦିନ ଧରି ଚକିତ କରି ରଖିଥିଲା। ବୁଧବାର ରାତିରେ ଜଣେ ନାବାଳିକା ଛତିଶଗଡ଼ର କୋବ୍ରା ଅଞ୍ଚଳର ଏକ ଥାନାକୁ ଯିବା ପରେ ତରୁଣଙ୍କ ଆତ୍ମହତ୍ୟାର ରହସ୍ୟ ଜଣାପଡ଼ିଥିଲା। ଝିଅଟି କହିଲା କି, ତା ସହ ହୋଇଥିବା ଗଣଦୁଷ୍କର୍ମ ଦେଖିବାକୁ ବାଧ୍ୟ କରାଯିବାରୁ ସେ ତରୁଣ ଆତ୍ମହତ୍ୟା କରିଛି।

ତା’ର ବୟାନ ଯୋଗୁଁ ସନ୍ଦିଗ୍ଧ ଈଶ୍ୱର ଦାସ ଏବଂ ଖେମ୍‌ କଁଓ୍ଵାରଙ୍କୁ ବୁକ୍‌ କରାଯାଇଛି। ସେପ୍ଟେମ୍ବର ପହିଲା ସନ୍ଧ୍ୟା ସମୟରେ ଝିଅଟି ଚାଲି ଚାଲି ବଜାରରୁ ଫେରୁଥିଲା ବେଳେ ବିପରୀତ ପଟୁ ଆସୁଥିବା ସେ ୧୯ ବର୍ଷିୟ ସେ ତରୁଣଙ୍କ ସହ ଦେଖା ହୋଇଥିଲା। ରାସ୍ତା ଜନଶୂନ୍ୟ ଥିବାରୁ ସେ ତରୁଣ ସେ ଝିଅକୁ ଘରେ ଛାଡ଼ି ଦେଇ ଆସିବ ବୋଲି କହିଲା।

ଗୋଟାଏ ବାଇକ୍‌ରେ ଆସୁଥିବା ଦାସ ଏବଂ କଁଓ୍ଵାର୍‌ ତରୁଣ ତରୁଣୀଙ୍କୁ ଦେଖି ଅଟକାଇ ଥିଲେ। ଦୁହିଁଙ୍କ ମୋବାଇଲ୍‌ ଫୋନ୍‌ ଛଡ଼ାଇ ନେଇ ତରୁଣଙ୍କୁ ମାର୍‌ଧର୍‌ କରିବା ସହ ଗାଳିଗୁଲଜ କରିଥିଲେ। ଛାନିଆ ହୋଇ ଝିଅଟି ସହାୟତା ପାଇଁ ଗାଁ ଆଡ଼କୁ ଡିଅାଁ ମାରିଲା, କିନ୍ତୁ ଦୁହେଁ ତା’ ପଛରେ ଧାଇଁ ଯାଇ ତାକୁ ଘୋଷାରି ଆଣିଲେ ଯେଉଁଠି ତରୁଣଟି ଚେତାଶୂନ୍ୟ ପ୍ରାୟ ରକ୍ତାକ୍ତ ହୋଇ ପଡ଼ିଥିଲା।

ଜଣେ ୧୯ ବର୍ଷିୟ ସେ ତରୁଣକୁ ତଥାପି ମାଡ଼ ଦେଉଥିବା ବେଳେ ଅନ୍ୟ ଜଣେ ସେ ଝିଅ ସହ ଦୁଷ୍କର୍ମ କରିଥିଲା। ଏମିତି ଭାବେ ଦୁହେଁ ଜଣକ ପରେ ସେ ଝିଅ ସହ ଦୁଷ୍କର୍ମ କରିଥିଲେ।

By amfnews

Related Post