Sat. Mar 7th, 2026

ବାନ୍ତି କରିବାକୁ ବସ୍‌ ଝରକାରେ ମୁହଁ କାଢ଼ିଥିଲେ ମହିଳା; ମୁଣ୍ଡ ଛିଡ଼ି ଗଡ଼ିଲା ରାସ୍ତାରେ

376 Views

ନୂଆଦିଲ୍ଲୀ, ଜାନୁଆରୀ ୧୯ : ମଧ୍ୟପ୍ରଦେଶରେ ଗୋଟିଏ ଦ୍ରୁତଗାମୀ ବସ୍‌ରେ ଯାଉଥିବା ଜଣେ ୫୬ ବର୍ଷୀୟ ମହିଳା ଯାତ୍ରୀ ବାନ୍ତି କରିବାକୁ ଝରକା ବାଟେ ମୁଣ୍ଡ ବାହାର କରିଥିବା ବେଳେ ବିଜୁଳି ଖୁଣ୍ଟରେ ପିଟି ହୋଇଯିବା ଯୋଗୁଁ ମୁହଁ ଛେଚି ହୋଇଯିବା ସହ ମୁଣ୍ଡଟି ଛିଡ଼ି ରାସ୍ତାରେ ପଡ଼ିଥିଲା ବୋଲି ପୁଲିସ କହିଛି।

ଘଟନାଟି ଡାଇମଣ୍ଡ୍‌ କ୍ରସିଙ୍ଗ୍‌ଠାରେ ଘଟିଛି। ପୀଡ଼ିତା ମହିଳା ଆଶା ରାଣୀ ସତ୍‌ନା ଜିଲ୍ଲାରୁ ପନ୍ନା ଜିଲ୍ଲା ଅଭିମୁଖେ ଯାଉଥିଲେ। ବାନ୍ତି କରିବାକୁ ଆଶା ରାଣୀ ବସ୍‌ର ଝରକା ଦେଇ ବାହାରକୁ ଝୁଙ୍କି ପଡ଼ିଥିବା ବେଳେ ତାଙ୍କ ମୁଣ୍ଡ ବିଜୁଳି ଖୁଣ୍ଟରେ ପିଟି ହୋଇ ଯାଇଥିଲା।

କୋଟଓ୍ଵାଲି ଥାନାର ଇନ୍‌ସ୍‌ପେକ୍ଟର୍‌ ଅରବିନ୍ଦ କୁଜୁର କହିଛନ୍ତି: ଧକ୍କାର ପ୍ରଭାବ ଏଡ଼େ ଯୋର୍‌ ଥିଲା ଯେ ତାଙ୍କ ମୁଣ୍ଡ ଛିଡ଼ି ଯାଇ ରାସ୍ତାରେ ପଡ଼ିଯାଇ ଥିଲା

ବେପରୁଆ ଗାଡ଼ି ଚାଳନା କରିଥିବା ସେ ବସ୍‌ ଚାଳକଙ୍କୁ ଆମେ ଗିରଫ କରିଛୁ ଓ ଗାଡ଼ିକୁ ଜବତ କରି ଘଟନାର ତଦନ୍ତ କରୁଛୁ।
ବ୍ୟବଚ୍ଛେଦ ପରେ ଶବଟିକୁ ସମ୍ପୃକ୍ତ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ତାଙ୍କ ଘର ନିକଟବର୍ତ୍ତୀ ଛତପୁର ଜିଲ୍ଲାରେ ବୋଲି ଜଣାପଡ଼ିଛି।

By amfnews

Related Post