Mon. Jun 9th, 2025

ବାତ୍ୟା ପ୍ରପୀଡ଼ିତ ପୁରୀ ଜିଲ୍ଲାରେ ‘ସିଗ୍‌ନେଚର୍‌ ୨୪ ପ୍ରଡକ୍ସନ’ ପକ୍ଷରୁ ରିଲିଫ୍‌ ବଣ୍ଟନ

By amfnews May 14, 2019 #Featured
237 Views

ପୁରୀ: ବାତ୍ୟା ‘ଫନି’ରେ ବିଶେଷ ପ୍ରଭାବିତ ଜିଲ୍ଳା ପୁରୀରେ ଭୁବନେଶ୍ୱର ଓ କୋଲକାତାର ବେସରକାରୀ କମ୍ପାନି ‘ସିଗ୍‌ନେଚର୍‌ ୨୪ ପ୍ରଡକ୍ସନ’ ପକ୍ଷରୁ ବାତ୍ୟା ପ୍ରପୀଡ଼ିତଙ୍କୁ ରିଲିଫ୍‌ ବଣ୍ଟନ କରାଯାଇଛି। ପୁରୀ ଜିଲ୍ଳାର ଗ୍ରାମାଞ୍ଚଳର ୧୦୦ ପରିବାରଙ୍କୁ  ଖାଦ୍ୟ ବଣ୍ଟନ କରିଛି ଏହି କମ୍ପାନି।

ବାତ୍ୟାରେ ଓଡ଼ିଶାର ପୁରୀ ଜିଲ୍ଳା ବିଶେଷ ପ୍ରଭାବିତ ହୋଇଥିବାରୁ କମ୍ପାନିର ପ୍ରତିଷ୍ଠାତା ଜୟତା ରୟ କୋଲକାତାରୁ ଅର୍ଥ ସଂଗ୍ରହ କରି ଏଠାରେ ରିଲିଫ୍‌ ବଣ୍ଟନ କରିଛନ୍ତି। ପଶ୍ଚିମବଙ୍ଗର କେତେକ ଜଣାଶୁଣା କଳାକାର, କିଛି ସ୍ୱେଚ୍ଛାସେବୀ ଏବଂ ଜାତୀୟ ବ୍ରାଣ୍ଡ୍‌ ଆଇଟିସି ମିଳିତ ଭାବେ ଏହି ସହାୟତା ପାଇଁ ହାତ ମିଳାଇଛନ୍ତି।

ବାତ୍ୟା ପ୍ରପୀଡ଼ିତଙ୍କୁ ଉପଯୁକ୍ତ ଖାଦ୍ୟ ବଣ୍ଟନ କରିବା ଏହି ଅଭିଯାନର ମୁଖ୍ୟ ଉଦେଶ୍ୟ । ପୁରୀ ଯେ ପର୍ଯ୍ୟନ୍ତ  ପୂର୍ବ ପରି ହୋଇ ଯାଇନି ସେ ପର୍ଯ୍ୟନ୍ତ ଏହି କାର୍ଯ୍ୟ ଚାଲୁ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଜୟତା ରୟ।ଉଲ୍ଳେଖଯୋଗ୍ୟ, ବାତ୍ୟା ‘ଫନି’ ପ୍ରଭାବରେ ଛାରଖାର ହୋଇଯାଇଥିବା ପୁରୀକୁ ପୂର୍ବରୁ ମଧ୍ୟ ବିଭିନ୍ନ ଆଡ଼ୁ ସହାୟତା ମିଳିସାରିଛି।

By amfnews

Related Post