Sat. Mar 7th, 2026

ବାତ୍ୟା ଛୁଇଁବନି ଓଡ଼ିଶା: ଏସ୍‌ଆରସି

482 Views

ଭୁବନେଶ୍ୱର : ବାତ୍ୟା ଛୁଇଁବନି ଓଡ଼ିଶା। ତେବେ ଏହା ପ୍ରଭାବରେ ବର୍ଷା ହେବ ଓ ସେଥିରୁ ଫସଲ ରକ୍ଷା ଲାଗି ସତର୍କ ରହିବାକୁ ପଡ଼ିବ। ସମ୍ଭାବ୍ୟ ବାତ୍ୟା ‘ବୁଲ୍‌ବୁଲ୍‌’କୁ ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଆଧାରରେ ଏସ୍‌ଆର୍‌ସି ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ପାରାଦୀପଠାରୁ ୭୦୦ କିମି ଦୂରରେ ବାତ୍ୟା ‘ବୁଲ୍‌ବୁଲ୍’ କେନ୍ଦ୍ରୀଭୂତ ହୋଇଛି।  ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ଏହା ପଶ୍ଚିମବଙ୍ଗ ଓ ବାଂଲାଦେଶକୁ ମୁହାଁଇଛି। ଏହା ଓଡ଼ିଶା ଉପକୂଳଠୁ ୧୧୦ କିମି ଦୂରରେ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି। ତେଣୁ ଆସନ୍ତାକାଲି ସୁଦ୍ଧା ସମସ୍ତ ମତ୍ସ୍ୟଜୀବୀ ସମୁଦ୍ରରୁ ଫେରି ଆସନ୍ତୁ। ଆଉ କେହି ମତ୍ସ୍ୟଜୀବୀ ସମୁଦ୍ରକୁ ନ ଯାଆନ୍ତୁ। ”

By amfnews

Related Post