Wed. Mar 11th, 2026

ବାଣୀବିହାରରେ ଶିକ୍ଷାର୍ଥୀ ଓ ପୁଲିସ ମୁହାଁମୁହିଁ: କୁଳପତିଙ୍କ ଅଫିସ୍‌ ଗେଟ୍‌ରେ ତାଲା

244 Views

ଭୁବନେଶ୍ୱର  : ୧୦ ଦଫା ସମ୍ବଳିତ ଦାବି ଉଠାଇ ସୋମବାର ପୂର୍ବାହ୍ନରେ ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପରିସର ମଧ୍ୟସ୍ଥ କୁଳପତିଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। କେତେକ ଛାତ୍ରଛାତ୍ରୀ କୁଳପତିଙ୍କ କାର୍ଯ୍ୟାଳୟ ମଧ୍ୟକୁ ବଳପୂର୍ବକ ପ୍ରବେଶ କରିବାକୁ ଉଦ୍ୟମ କରିବାରୁ ପରିସରରେ ମୁତୟନ କରାଯାଇଥିବା ପୁଲିସ ସେମାନଙ୍କୁ ବାଧା ଦେଇଥିଲେ। ଫଳରେ ପୁଲିସ ଓ ଶିକ୍ଷାର୍ଥୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଆଜି ବିଶ୍ୱବିଦ୍ୟାଳୟରେ ପାଠପଢ଼ା ବନ୍ଦ ରହିଛି। ପ୍ରାୟ ୨୦୦୦ ଶିକ୍ଷାର୍ଥୀ କୁଳପତିଙ୍କ ଇସ୍ତଫା ଦାବି କରି ତାଙ୍କ କାର୍ଯ୍ୟାଳୟ ଫାଟକରେ ତାଲା ପକାଇ ଦେଇଛନ୍ତି। କୁଳପତି ତାଙ୍କ କାର୍ଯ୍ୟାଳୟ ମଧ୍ୟରେ ଥିବା ଜଣାପଡ଼ିଛି।

ହଷ୍ଟେଲ୍‌ ମରାମତି, ପାଚେରି ନିର୍ମାଣ ଏବଂ ଆଲୋକ ବ୍ୟବସ୍ଥାର ମରାମତି ନ ହେବା ଯାଏଁ ଧର୍ମଘଟ ଚାଲୁ ରହିବ ବୋଲି ଶିକ୍ଷାର୍ଥୀମାନେ ଘୋଷଣା କରିଛନ୍ତି। ପରିସର ମଧ୍ୟରେ ସମ୍ଭାବ୍ୟ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ୪ ପ୍ଲାଟୁନ୍‌ ପୁଲିସ ମୁତୟନ କରାଯାଇଛି। ଘଟଣାସ୍ଥଳରେ ଡିସିପି ପହଞ୍ଚି ପ୍ରତିବାଦକାରୀ ଛାତ୍ରନେତାଙ୍କ ସହ ଆଲୋଚନା କରୁଛନ୍ତି।

By amfnews

Related Post