Sun. Mar 8th, 2026

ବାଜି ମାରିଲା ବିଜେଡି: ପାଟକୁରା ବିଧାନସଭା ନିର୍ବାଚନରେ ସାବିତ୍ରୀ ଅଗ୍ରଓ୍ୱାଲ୍ ବିଜୟୀ

432 Views

କେନ୍ଦ୍ରାପଡ଼ା : ପାଟକୁରା ବିଧାନସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ୱାଲ୍ ବିଜୟୀ ହୋଇଛନ୍ତି। ସେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ  ପରାଜିତ କରିଛନ୍ତି। ସମସ୍ତ ୧୮ ରାଉଣ୍ଡ ଗଣତି ସୁଦ୍ଧା ସାବିତ୍ରୀ ଅଗ୍ରଓ୍ୱାଲ୍ ୧୭,୬୫୫ରେ ଆଗୁଆ ରହିଛନ୍ତି। ବର୍ତମାନ ନିର୍ବାଚନ କମିସନଙ୍କ ଔପଚାରିକ ଘେଷଣା ବାକି ରହିଛି। ୧୮ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ୱାଲ୍ ୯୫,୧୬୨ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ୭୭, ୫୦୭ ଭୋଟ୍ ମିଳିଛି।

ବିଜେଡିର ବିଜୟ ସହ ପୁଣିଥରେ ପାଟକୁରାରେ ଦେଖିବାକୁ ମିଳିଛି ନବୀନଙ୍କ ଯାଦୁ । ପାଟକୁରାରେ ପୁଣି ବିଜେଡି ବଜାଇଛି ବିଜୟ ବିଗୁଲ୍ । ୧୮ ରାଉଣ୍ଡରୁ ଗଣତି ଶେଷ ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ୧୭,୬୫୫ ଭୋଟରେ ଆଗରେ ରହିଛନ୍ତି । ଆଉ ଏହାସହ ବିଜେପିର ବରିଷ୍ଠ ନେତା ବିଜୟଙ୍କର ବିଧାନସଭା ଫେରିବା ସ୍ୱପ୍ନ ଏକପ୍ରକାର ଧୂଳିସାତ୍ ହୋଇଛି ।

By amfnews

Related Post