139 Views
ନୂଆଦିଲ୍ଲୀ, ନଭେମ୍ବର ୨୮: ବାଙ୍ଗଲାଦେଶର ପୂର୍ବ ପ୍ରଧାନମନ୍ତ୍ରୀ ଖଲିଦା ଜିଆ ଆସନ୍ତା ମାସରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଭାଗ ନେଇ ପାରିବେ ନାହିଁ । ଦେଶର ହାଇକୋର୍ଟ ତାଙ୍କ ସାଧାରଣ ନିର୍ବାଚନରେ ଭାଗ ନେବା ଉପରେ ରୋକ ଲଗାଇ କହିଛନ୍ତି କି, ଦୁଇ ବର୍ଷରୁ ଅଧିକ ଜେଲ ଦଣ୍ଡ ଭୋଗିଥିବା ବ୍ୟକ୍ତିମାନେ ନିର୍ବାଚନ ଲଢିପାରିବେ ନାହିଁ ।
ସୂଚନା ଯୋଗ୍ୟ କି, ଖଲିଦା ଭ୍ରଷ୍ଟାଚାର ସହିତ ଜଡିତ ଦୁଇଟି ମାମଲାରେ ଜେଲରେ ସଜା କାଟୁଛନ୍ତି । ଆଟର୍ଣ୍ଣି ଜେନେରାଲ ମେହବୁବୁ ଆଲାମ କହିଛନ୍ତି କି,, ଭ୍ରଷ୍ଟାଚାରର ଦୁଇଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବିଏନପିର ମୁଖ୍ୟ ଡିସେମ୍ବର ୩୦ରେ ହେବାକୁ ଥିବା ୧୧ତମ ସାଧାରଣ ନିର୍ବାଚନରେ ଭାଗ ନେଇ ପାରିବେ ନାହିଁ । ଖଲିଦାଙ୍କୁ ଆଗାମୀ ନିର୍ବାଜନରେ ଭାଗ ନେବାକୁ ଅଯୋଗ୍ୟ ଘୋଷିତ କରାଯାଇଛି ।
ଖଲିଦା ଜିଆ ପ୍ରଥମେ ୭ ଜେଲ ଦଣ୍ଡ ଭୋଗୁଥିବା ବେଳେ, ଅନ୍ୟ ଏକ ମାମଲାରେ ତାଙ୍କୁ ଆଉ ୫ ବର୍ଷ ଜେଲ ଦଣ୍ଡର ଶୁଣାଣି ହୋଇଥିଲା ଓ ଗୋଟିଏ ଦିନ ପରେ ତାଙ୍କ ସଜା ୫ ବର୍ଷରୁ ବଢାଯାଇ ୧୦ ବର୍ଷ କରାଯାଇଥିଲା । ତାଙ୍କ ବିରୁଦ୍ଧରେ ଏନଜିଓ ଅର୍ଥ ଆତ୍ମସାତ କରିବା ଓ ତାଙ୍କ ବିରେଧିଙ୍କ ଉପରେ ମାରଣାତ୍ମକ ଆକ୍ରମଣର ଅଭିଯୋଗ ଲଗାଯାଇଛି ।