Tue. Dec 24th, 2024

ବାଘ ଛାଲ ବିକ୍ରି ପାଇଁ ଡିଲ ବେଳେ ବେପାରୀ ବେଶରେ ମାଡି ବସିଲା କ୍ରାଇମବ୍ରାଞ୍ଚ STF, ଜଣେ ଗିରଫ

By amfnews Apr 29, 2021 #Featured
152 Views

ଭୁବନେଶ୍ୱର, ଏପ୍ରିଲ 29 : ଦିନକୁ ଦିନ ବନ୍ୟଜନ୍ତୁ ଶୀକାର ଓ ସାମଗ୍ରୀ ସ୍ମଗଲିଙ୍ଗ କାରବାର ବଢିଚାଲିଛି । ପୁଣି କ୍ରାଇମବ୍ରାଞ୍ଚ STF  ହାତରେ ବାଘଛାଲ ବେପାରୀ । ବାଘ ଚମଡା ବିକ୍ରି ପାଇଁ ଡିଲ ବେଳେ ମାଡି ବସିଲା କ୍ରାଇମବ୍ରାଞ୍ଚ STF  ।

ସୋନପୁର ଜିଲ୍ଲାରେ ଏକ ବାଘଛାଲ ବେପାର ପାଇଁ ଡିଲ ଚାଲିଥିଲା । କୌଣସି ସୂତ୍ରରୁ ଖବର ପାଇ ବେପାରୀ ବେଶରେ କ୍ରାଇମବ୍ରାଞ୍ଚ STF  ସେଠାରେ ପହଞ୍ଚିଥିଲା । ସେଠାରୁ ଗୋଟିଏ କଲରାପତରିଆ ବାଘ ଛାଲ ଜବତ କରିବା ସହ ଜଣକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ STF  । 

ଜବତ ବାଘ ଛାଲକୁ ରାସାୟନିକ ପରୀକ୍ଷା ପାଇଁ ଡେରାଡୁନ ପଠାଇଛି କ୍ରାଇମବ୍ରାଞ୍ଚ STF  । ଗତ ଏକ ବର୍ଷ ହେବ କ୍ରାଇମବ୍ରାଞ୍ଚ STF  14 ଟି ଚିତା ବାଘ ଛାଲ , 9 ଟି ହାତୀ ଦାନ୍ତ, 2 ଟି ହରିଣ ଚମଡା, 3 ଟି ଜୀବନ୍ତ ବଜ୍ରକାପ୍ତl ଏବଂ 27 ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଏକ ବର୍ଷ ମଧ୍ୟରେ କ୍ରାଇମବ୍ରାଞ୍ଚ STF  15 ଟି ମାମଲା ରୁଜୁ କରି ତଦନ୍ତ କରୁଛି ।

By amfnews

Related Post