Wed. Dec 25th, 2024

ବାଇଡେନଙ୍କ କ୍ୟାବିନେଟରେ ସାମିଲ ହେବେ ୨ ମୂଳ ଭାରତୀୟ ବିବେକ ମୂର୍ତ୍ତି ଓ ଅରୁଣ ମଜୁମଦାର!

By amfnews Nov 19, 2020 #Featured
131 Views

ୱାଶିଂଟନ, ନଭେମ୍ବର ୧୯ : ଆମେରିକାର ପୂର୍ବତନ ସର୍ଜନ ଜେନେରାଲ ବିବେକ ମୂର୍ତ୍ତିଙ୍କ ସମେତ ୨ ପ୍ରମୁଖ ଭାରତୀୟ-ଆମେରିକୀୟଙ୍କୁ ଅଗଲେ ବାଇଡେନ-କମଲା ହେରିସ ପ୍ରଶାସନର କ୍ୟାବିନେଟରେ ସାମିଲ କରାଯାଇପାରେ । ଗଣମାଧ୍ୟମର ରିପୋର୍ଟରୁ ଏହା ଜଣାପଡ଼ିଛି । ‘ଦ ୱାଶିଂଟନ ପୋଷ୍ଟ’ ଓ ‘ପଲିଟିକୋ’ ମଙ୍ଗଳବାର କହିଛି, କୋଭିଡ-୧୯ରୁ ବତ୍ତିର୍ବା ନେଇ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଶୀର୍ଷ ଭାରତୀୟ-ଆମେରିକୀୟ ପରାମର୍ଶଦାତା ମୂର୍ତ୍ତି ସ୍ୱାସ୍ଥ୍ୟ ଏବଂ ମାନବ ସେବା ମନ୍ତ୍ରୀ ହୋଇପାରନ୍ତି । 

ସେହିଭଳି ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ଅରୁଣ ମଜୁମଦାରଙ୍କୁ ଶକ୍ତି ମନ୍ତ୍ରୀ କରାଯାଇପାରେ । ମୂର୍ତ୍ତି (୪୩) କୋଭିଡ-୧୯ ପରାମର୍ଶଦାତା ବୋର୍ଡର ଉପାଧ୍ୟକ୍ଷ ଅଛନ୍ତି । କରୋନା ଭାଇରସ ସଂପର୍କିତ ମାମଲାକୁ ନେଇ ବାଇଡେନଙ୍କ ନିକଟ ସହଯୋଗୀ ଅଟନ୍ତି । ରିପୋର୍ଟରେ କୁହାଯାଇଛି ଯେ, ଆଡଭାନ୍ସ ରିସର୍ଚ୍ଚ ପ୍ରକଳ୍ପ ସଂସ୍ଥା-ଏନାର୍ଜୀର ପ୍ରଥମ ନିର୍ଦ୍ଦେଶକ ମଜୁମଦାର ଶକ୍ତି ସଂପର୍କିତ ପ୍ରସଙ୍ଗରେ ବାଇଡେନଙ୍କ ଶ୍ରେଷ୍ଠ ପରାମର୍ଶଦାତା ରହିଛନ୍ତି । 

ମଜୁମଦାରଙ୍କ ବ୍ୟତୀତ ଶକ୍ତି ମନ୍ତ୍ରୀ ପଦ ପାଇଁ ପୂର୍ବତନ ଶକ୍ତି ମନ୍ତ୍ରୀ ଅର୍ନେଷ୍ଟ ମୋନିଜ, ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟର ଗବେଷକ ଡେନ ରିଚର ଓ ପୂର୍ବତନ ଶକ୍ତିମନ୍ତ୍ରୀ ଏଲିଜାବେଥ ଶେରଉଡ ରେଣ୍ଡଲ ମଧ୍ୟ ଦାବିଦାର ଅଟନ୍ତି । ସ୍ୱାସ୍ଥ୍ୟ ଓ ମାନବ ସେବା ମନ୍ତ୍ରୀ ପଦ ଲାଗି ମୂର୍ତ୍ତିଙ୍କ ବ୍ୟତୀତ ଉତ୍ତର କାରୋଲାଇନର ସ୍ୱାସ୍ଥ୍ୟ ଏବଂ ମାନବ ସେବା ମନ୍ତ୍ରୀ କୋହେନ ଓ ନ୍ୟୁ ମ୍ୟାକ୍ସିକୋର ଗଭର୍ଣ୍ଣର ମିଶେଲ ଲୁଜାନ ଗ୍ରୀଶମଙ୍କୁ ମଧ୍ୟ ଆଶାୟୀ ପ୍ରାର୍ଥୀ ମନେକରାଯାଉଛି । 

By amfnews

Related Post