285 Views
କୋରାପୁଟ, ଅଗଷ୍ଟ ୧୭ : ବହୁଚର୍ଚ୍ଚିତ ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ମୃତ୍ୟୁ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ସଜା କାଟୁଥିବା ନେତ୍ରାନନ୍ଦ ଦଣ୍ଡସେନାଙ୍କ ମୃତ୍ୟୁ ଘଟିଛି । ନେତ୍ରାନନ୍ଦଙ୍କ ମୃତ୍ୟୁ ନେଇ କୋରାପୁଟ ଜେଲ୍ ଅଧୀକ୍ଷକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଜେଲ ଅଧୀକ୍ଷକଙ୍କ ସୂଚନା ଅନୁସାରେ, କୋରାପୁଟ ଜେଲରେ ଆଜୀବନ କଏଦୀ ଭାବେ ସଜା କାଟୁଥିବା ନେତ୍ରାନନ୍ଦଙ୍କ ଦେହ ହଠାତ ଗତକାଲି ରାତିରେ ଖରାପ ହୋଇଯାଇଥିଲା । ତାଙ୍କୁ ତୁରନ୍ତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଥିବା ବେଳେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି ।