Sat. Mar 7th, 2026

ବସ୍‌ରୁ ଓହ୍ଲାଇବା ବେଳେ ଚାଲିଗଲା ଜୀବନ

200 Views

ଭଦ୍ରକ : ବସରୁ ଓହ୍ଲାଇବା ବେଳେ ଚାଲି ଗଲା ଜଣେ ବ୍ୟକ୍ତିଙ୍କ ଜୀବନ। ଗତକାଲି ଭଦ୍ରକ ସହରର ବନ୍ତ ଛକରେ ଘଟିଥିଲା ଏହି ଘଟଣା। ମୃତ ବ୍ୟକ୍ତିଙ୍କ ନାଁ ବଙ୍କୁ ବେହେରା। ତାଙ୍କ ଘର ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ଈରମ ଅଞ୍ଚଳରେ।

ସୂଚନା ଅନୁଯାୟୀ, ସେ ହୃଦରୋଗରେ ପୀଡ଼ିତ ଥିଲେ। ସେଥିପାଇଁ ସ୍ତ୍ରୀ ଓ ପୁଅ ସହ କଟକ ଯାଇଥିଲେ। ସେଠାରେ ଡାକ୍ତରଙ୍କୁ ଦେଖାଇ ବସ୍ ଯୋଗେ ଘରକୁ ଫେରୁଥିଲେ। ବନ୍ତ ଛକ ନିକଟରେ ବସରୁ ଓହ୍ଲାଇବା ବେଳେ ଛାତିରେ ଯନ୍ତ୍ରଣା ହେବା ଯୋଗୁ ତଳେ ପଡ଼ିଯାଇଥିଲେ। ପାଟ୍ରୋଲିଂ ପୋଲିସ୍ ତାଙ୍କୁ ନେଇ ଭଦ୍ରକ ମେଡିକାଲ୍ ଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

By amfnews

Related Post