Tue. Mar 10th, 2026

ବସ୍‌ ଭିତରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

125 Views

ପୁରୀ : ପୁରୀରେ ଏକ ଲକଜୁରି ବସ୍ ଭିତରେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଆଉ ଏହି ଅଭିଯୋଗ ଆସିଛି ବସ୍‌ର ହେଲପର ବିରୋଧରେ। ଗତକାଲି ବିଳମ୍ବିତ ରାତିରେ ଶରଧାବାଲିରେ ଜଣେ ନାବାଳିକା କାନ୍ଦୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। କୁମ୍ଭାରପଡ଼ା ପୁଲିସ ପୀଡିତାକୁ ଉଦ୍ଧାର କରିଥିଲେ। ଏଥିସହ ପୀଡିତାର ଅଭିଯୋଗ କ୍ରମେ ପୁରୀ ବସ୍‌ଷ୍ଟାଣ୍ଡରେ ଥିବା ବସ୍‌ରୁ ସମ୍ପୃକ୍ତ ଯୁବକକୁ ଅଟକ ରଖି ପୁଲିସ୍ ପଚରାଉଚରା କରୁଛି। ପୀଡ଼ିତାଙ୍କ ଘର କେନ୍ଦୁଝର ଜିଲ୍ଲାର ବୋଲି ଜଣାପଡିଛି।

ସୂଚନା ଅନୁସାରେ, ନାବାଳିକା ଜଣଙ୍କ ପୁରୀ ସ୍ଥିତ ମାଳତୀପାଟପୁର ନିକଟରେ ଥିବା ୱାଟରପାର୍କରେ କାମ କରନ୍ତି। ଛୁଟିରେ ସେ ଘରକୁ ଯାଇ କାଲି ଫେରିଥିଲେ। କଟକରୁ ଏକ ଏସି ଡିଲକ୍ସ ବସ୍‌ରେ ପୁରୀ ଆସୁଥିବା ବେଳେ ବସ୍‌ରେ ନିଦ ଲାଗିଯିବାରୁ ମାଳତୀପାଟପୁରରେ ଓହ୍ଲାଇ ପାରି ନଥିଲେ। ପୁରୀ ବସ୍‌ଷ୍ଟାଣ୍ଡରେ ନିଦ ଭାଙ୍ଗିବା ବେଳକୁ ରାତି ପ୍ରାୟ ୯ଟା ହୋଇଯାଇଥିଲା। ତେବେ ହେଲପର୍‌ ଜଣଙ୍କ ତାଙ୍କୁ ବସ୍‌ରେ ଶୋଇ ପଡିବାକୁ କହିଥିଲା। ଏହାପରେ ନାବାଳିକାର ସରଳତାର ସୁଯୋଗ ନେଇ ହେଲପର୍‌ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

By amfnews

Related Post