Sat. Mar 7th, 2026

ବସ୍ତି ସୁରକ୍ଷା ସମିତିର ସଚେତନତା ଶିବିର ଓ ଅସହାୟଙ୍କୁ କମ୍ବଳ ବଣ୍ଟନ

259 Views

ରାଉରକେଲା, ୧୫ା୧ : ପବିତ୍ର ମକର ସଂକ୍ରାନ୍ତି ଅବସରରେ ରାଉରକେଲା ବସ୍ତି ସୁରକ୍ଷା ସମିତି ତରଫରୁ ଆଜି ତା-୧୪.୦୧.୧୯ରିଖରେ ଜଗଦା ଅଞ୍ଚଳର ଟୁଙ୍ଗୁରିଟୋଲି ସ୍ଥିତି ଜାଗୃତି କ୍ଲବ୍ ପରିସରରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ବସ୍ତି ସୁରକ୍ଷା ସମିତି ସଭାପତି ବିରେନ ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ସମିତି କର୍ମକର୍ତ୍ତା କୈଳାସ ସାହୁ, ରଘୁବିର ସିଂହ, ସିଦେ୍ଧଶ୍ୱର ମଲ୍ଲିକ, ବିଶ୍ୱଜିତ ସାହୁ, ଅଶୋକ କାଣ୍ଡୁଲନା, ବିଳାସ ଟପ୍ପୋ, ଶ୍ୟାମସୁନ୍ଦର ସାଗର ପ୍ରମୁଖ ଉପସ୍ଥିତ ବସ୍ତି ବାସୀମାନଙ୍କୁ ପବିତ୍ର ମକର ସଂକ୍ରାନ୍ତିର ହାର୍ଦ୍ଦିକ ଅଭିନନ୍ଦନ ଜଣାଇ ସେମାନଙ୍କ ଅଧିକାର, ବିଭିନ୍ନ ସରକାରୀ ଯୋଜନା ତଥା ସେମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନ କରାଇଥିଲେ ।

ବସ୍ତି ପିଲାମାନଙ୍କର ଶତ ପ୍ରତିଶତ ଶିକ୍ଷା ଗ୍ରହଣ ସମେତ ବସ୍ତି ପରିମଳ ଓ ନିଶା ନିବାରଣ ପ୍ରତି ବକ୍ତାମାନେ ଏହି ଅବସରରେ ଗୁରୁତ୍ୱାରୋପ କରିଥିଲେ । ବାର୍ଦ୍ଧକ୍ୟ ଭତ୍ତା, ଖାଦ୍ୟ ସୁରକ୍ଷା ରାସନ କାର୍ଡ, ବ୍ୟକ୍ତିଗତ ଶୌଚାଳୟ ଓ ସ୍ୱାସ୍ଥ୍ୟ ବୀମା ଯୋଜନା ଇତ୍ୟାଦି ସୁବିଧା ପାଇବାରୁ ବଞ୍ôଚତ ଯୋଗ୍ୟ ହିତାଧିକାରୀ ଯେପରି ସେସବୁ ପାଇପାରିବେ ସେ ଦିଗରେ ସମିତି ତରଫରୁ ଧ୍ୟାନ ଦିଆଯିବ ବୋଲି ବକ୍ତାମାନେ କହିଥିଲେ । ଏହି ଅବସରରେ ଉକ୍ତ ବସ୍ତିର ୭୫ ଜଣ ଅସହାୟ ବୃଦ୍ଧ ବୃଦ୍ଧାଙ୍କୁ ସମିତି ତରଫରୁ କମ୍ବଳ ବିତରଣ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ କୈଳାସ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

By amfnews

Related Post