Sat. Mar 7th, 2026

ବର୍ଷାରେ ବେହାଲ ମାୟାନଗରୀ, ଟ୍ରାକରୁ ଖସିଲା ମାଲବାହୀ ଟ୍ରେନ୍

341 Views

ମୁମ୍ୱାଇ: ଗତକାଲି ପରେ ଆଜି ମଧ୍ୟ ମାୟାନଗରୀ ମୁମ୍ୱାଇ ବର୍ଷାରେ ଉବୁଟୁବୁ ହୋଇଛି। ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ ଅପରାହ୍ନ ଯାଏ ଆହୁରି ବର୍ଷିବ। ପ୍ରବଳ ବର୍ଷା କାରଣରୁ ଜନ ଜୀବନ ପ୍ରଭାବିତ ହୋଇଛି।

ରାସ୍ତାରେ ପାଣି ଲହଡ଼ି ଭାଙ୍ଗୁଥିବା ବେଳେ ଅନେକ ଟ୍ରେନ ଲାଇନରେ ପାଣି ଜମି ରହିଥିବା ଦେଖିବାକୁ ମିଳିଛି। ଅନ୍ୟପଟରେ ଏକ ମାଲବାହୀ ଟ୍ରେନ୍ ରେଳ ଧାରଣାରୁ ଖସି ଯାଇଛି। ମଧ୍ୟ ରେଲଓ୍ୱେର ଡାଉନ ଲାଇନରେ ଜବୁଙ୍ଗ ଏବଂ ଠାକୁରବାଡି ମଧ୍ୟରେ ଥିବା ରେଳ ଧାରଣାରେ ମାଲବାହୀ ଟ୍ରେନ ଓହରି ଯାଇଛି। ଘଟଣା ସ୍ଥଳରେ ରେଲଓ୍ୱେ ପ୍ରଶାସନ ପହଞ୍ଚି ମରାମତି କରୁଛନ୍ତି। ତେବେ ମାଲଗାଡ଼ି ଲାଇନଚ୍ୟୁତ ହେବା ପଛର କାରଣ ଜଣାପଡ଼ି ନାହିଁ। ଏଥିପାଇଁ ଅନେକ ଟ୍ରେନ ବିଳମ୍ୱିତ ହୋଇଥିବା ବେଳେ ଏକ୍ସପ୍ରେସ ଟ୍ରେନ ଗୁଡିକ ଅନ୍ୟ ରୁଟରେ ଦିଗ ପରିବର୍ତ୍ତନ କରିଦିଆଯାଇଛି।

ସେହିପରି ବିମାନ ଚଳାଚଳ ଚାଲୁ ରହିଛି। ଅନ୍ୟପକ୍ଷରେ ଠିକ ଭାବେ ଜଳ ନିଷ୍କାସିତ ହୋଇ ପାରୁ ନଥିବାରୁ ବିଭିନ୍ନ ସ୍ଥାନରେ ପାଣି ଜମି ରହୁଥିବା ଲୋକମାନେ ଅଭିଯୋଗ କରିଛନ୍ତି। ତଳିଆ ଅଞ୍ଚଳରେ ଥିବା ଲୋକଙ୍କ ଘରେ ପାଣି ପଶିଥିବାର ଖବର ମିଳିଛି। ବର୍ଷା ଆସିବା ପୂର୍ବରୁ ବିଏମସି ଜଳ ନିଷ୍କାସନ ପାଇଁ ଏକାଧିକ ପଦକ୍ଷେପ ନେଇଥିଲେ ହେଁ ତାହା ଯେ ଯଥେଷ୍ଟ ନୁହେଁ, ସେକଥା ସ୍ପଷ୍ଟ ହୋଇଛି।

By amfnews

Related Post