Sun. Mar 8th, 2026

ବରଗଡ଼ରେ ମୋଦି ଓ ନବୀନଙ୍କ ଉପରେ ବର୍ଷିଲେ ରାହୁଲ୍ : ରାଜ୍ୟ ଓ କେନ୍ଦ୍ର ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ବ୍ୟବସାୟୀଙ୍କୁ ଫାଇଦା ଦେଉଛନ୍ତି

238 Views

ବରଗଡ଼ : ନିର୍ବାଚନ ଘୋଷଣା ପରେ ଓଡ଼ିଶା ଗସ୍ତରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ବରଗଡରେ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗଦେବା ସହ ୨୦୧୯ ମହାସମର ପାଇଁ କର୍ମୀଙ୍କୁ ଦେଇଛନ୍ତି ଗୁରୁମନ୍ତ୍ର । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ସହ ୨୦୧୯ ନିର୍ବାଚନ ବିଜୟ ପାଇଁ କର୍ମୀଙ୍କୁ ଦେଇଛନ୍ତି ଆହ୍ୱାନ । ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବା ବେଳେ ରାହୁଲଙ୍କ ଓଡିଶା ଗସ୍ତ କଂଗ୍ରେସ କର୍ମୀଙ୍କ ମନୋବଳକୁ ବୃଦ୍ଧି କରିଛି । ଆଉ ନିର୍ବାଚନ ମଇଦାନକୁ ଯିବା ପୂର୍ବରୁ କଂଗ୍ରେସ କର୍ମୀଙ୍କ ମନରେ ଜୋଶ ଭରିଛନ୍ତି ରାହୁଲ । ରାହୁଲଙ୍କ ସହ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ମଧ୍ୟ ଏହି ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗଦେଇ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଉଭୟ ବିଜେଡି ଓ ବିଜେପି ସରକାରକୁ ହଟାଇବାକୁ  ଆହ୍ୱାନ ଦେଇଛନ୍ତି ଭୂପେଶ ।

ବରଗଡକୁ ଓଡିଶାର ଭାତହାଣ୍ଡି କୁହାଯାଉଥିବାବେଳେ ଏବେ ଏଠାରେ ଚାଷୀ ଆତ୍ମହତ୍ୟା କରୁଛି । ପ୍ରତିଦିନ ଭାରତରେ ଚାଷୀ ଆତ୍ମହତ୍ୟା କରୁଛନ୍ତି।
ଗତ ୫ ବର୍ଷ ମଧ୍ୟରେ ମୋଦି କିଛି ଲୋକଙ୍କ ସାଢେ ୩ ହଜାର କୋଟି ଟଙ୍କା ଋଣ ଛାଡ କରିଛନ୍ତି ।
ଅମ୍ବାନୀ ଓ ନିରବ ମୋଦିଙ୍କ ପାଇଁ କୋଟି କୋଟି ଟଙ୍କା ଛାଡ କରୁଥିବା ବେଳେ ଚାଷୀଙ୍କ ପାଇଁ ଟଙ୍କାଟିଏ ମଧ୍ୟ ଛାଡ କରୁନାହାନ୍ତି କେନ୍ଦ୍ର ସରକାର।
ଛତିଶଗଡରେ ୧୦ ଦିନ ମଧ୍ୟରେ ଋଣଛାଡ କରିବାକୁ କହିଥିଲୁ, କ୍ଷମତାକୁ ଆସିବାର ୬ ଘଣ୍ଟା ମଧ୍ୟରେ ଋଣଛାଡ କରିଛୁ।
ଆଦିବାସୀଙ୍କ ଜମି ଲୁଟ୍ କରି ନିଜର ବନ୍ଧୁ ମାନଙ୍କୁ ଦେବାକୁ ଚାହୁଁଛନ୍ତି ମୋଦି।
ଛତିଶଗଡରେ ଯାହା କରିଛୁ ଓଡିଶାରେ ମଧ୍ୟ ତାହାକୁ ଲାଗୁ କରିବୁ।

ଓଡିଶା ବେରୋଜଗାରୀର ଗନ୍ତାଘର, ବେରୋଜଗାର ଯୁବକଙ୍କୁ ନବୀନ କିମ୍ବା ମୋଦି ରୋଜଗାର ଦେଇଛନ୍ତି କି?
ଉଭୟ ନରେନ୍ଦ୍ର ମୋଦି ଓ ନବୀନ ପଟ୍ଟନାୟକ ଶିକ୍ଷା ବ୍ୟବସ୍ଥାକୁ ଘରୋଇକରଣ କରିବାକୁ ପ୍ରୟାସ କରୁଛନ୍ତି।
ପ୍ରତି ନାଗରିକଙ୍କୁ ସ୍ୱାସ୍ଥ୍ୟ ଅଧିକାର ଦିଆଯିବ । ଶିକ୍ଷା, ସ୍ୱାସ୍ଥ୍ୟକୁ ଦିଆଯିବ ଗୁରୁତ୍ୱ । କମ ଟଙ୍କାରେ ଶିକ୍ଷା ଓ ସୁଲଭ ସ୍ୱାସ୍ଥ୍ୟ ଯୋଗାଇ ଦିଆଯିବ ।
ଓଡିଶାରେ ଅଫିସର ଶାସନ ଚଳାଉଛନ୍ତି । କେନ୍ଦ୍ରରୁ ମୋଦି ସରକାର ରିମୋଟ ଦ୍ୱାରା ନବୀନ ସରକାରକୁ ଚଳାଉଛନ୍ତି ।
କଂଗ୍ରେସ ସରକାର ଆସିଲେ ଏକକ ଟ୍ୟାକ୍ସର ପ୍ରଚଳନ କରିବୁ।
ଚିଟଫଣ୍ଡ ଓ ଖଣି ଦୁର୍ନୀତିର ଦୋଷୀଙ୍କୁ କାଠଗଡାକୁ ଟାଣିବୁ।
ରାଜ୍ୟରେ ଦେଢ ଲକ୍ଷ ସରକାରୀ କର୍ମଚାରୀଙ୍କ ପଦବୀ ଖାଲି ପଡିଛି, ତାହାକୁ ପୂରଣ କରିବୁ।
କଂଗ୍ରେସ ସରକାର ଆସିଲେ ଯିଏ ଦୁର୍ନୀତି କରିଛି ତାହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ଓ ଲୋକଙ୍କୁ ନ୍ୟାୟ ଦିଆଯିବ।

By amfnews

Related Post